ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆୟକରଦାତାଙ୍କୁ ବଡ ଉପହାର ;୧୨ ଲକ୍ଷ ଯାଏଁ ଟିକସ ଛାଡ, ଆସିବ ନୂଆ ବିଲ୍

Published By : Ankita S | February 1, 2025 12:29 PM

ନୂଆଦିଲ୍ଲୀ,୦୧/୦୨: ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଇନକମ ଟ୍ୟାକ୍ସକୁ ନେଇ ଆୟକରଦାତାଙ୍କୁ ବଡ ଉପହାର ମିଳିଛି । ୧୨ ଲକ୍ଷ ଯାଏଁ ଆୟକର ଛାଡ ହୋଇଛି । ଅର୍ଥାତ ୧୨ ଲକ୍ଷ ଯାଏ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ବଜେଟରେ ଏହି ଘୋଷଣା ପରେ ମଧ୍ୟବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଉ ଟ୍ୟାକ୍ସ ଭରିବା ନେଇ ସେମାନଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏହା ସହିତ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା ଦେବା ପରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ମିଳିଛି ।

କିଏ ଦେବେ ଟ୍ୟାକ୍ସ-  ସଂସଦରେ ବଜେଟ ଉପସ୍ଥାପନ ବେଳେ ଇନକମ ଟ୍ୟାକ୍ସକୁ ନେଇ କଣ ରହିଛି ତାହା ଉପରେ ନଜର ରହିଥିଲା । ଏଥିରେ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ । ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା କରିଥିଲେ ଯାହା ମଧ୍ୟବିତ୍ତଙ୍କ ପାଇଁ ଏକ ବଡ ଭେଟି ସାବ୍ୟସ୍ତ ହୋଇଛି । କ୍ୟାପିଟାଲ ଗେନ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ୍ ଛାଡ ଘୋଷଣା ହୋଇଛି । ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଯାଏଁ ଟ୍ୟାକ୍ସ ଚାଡ ହୋଇଛି । ୧୨ ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତି ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ୨୦ ପ୍ରତିଶତ ଟ୍ୟାକ୍ସ ଦେବେ । ୨୦ରୁ ୨୪ ଲକ୍ଷ ଆୟ ଥିଲେ ୨୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ୨୪ ଲକ୍ଷରୁ ଅଧିକ ଆୟ ଥିଲେ ୩୦ ପ୍ରତିଶତ ଟ୍ୟାକ୍ସ ଦିଆଯିବ । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । 

ଆସିବ ନୂଆ ଆୟକର ବିଲ୍- ବଜେଟରେ ଆୟକର ବିଲକୁ ନେଇ ବଡ ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ ଆସିବ । ନିର୍ମଳା ସୀତାରମଣ ବଜେଟ ଅଭିଭାଷଣ ରଖିବା ସମୟରେ ଏହି ଘୋଷଣା କରିଛନ୍ତି । ନୂଆ ଆୟକର ଆଇନରେ ସରଳ ଭାଷାରେ ଲେଖାଯିବା ସହିତ ସାଧାରଣ ଲୋକମାନେ ଯେପରି ବୁଝିପାରିବେ ସେ ନେଇ ବ୍ୟବସ୍ଥା କରାଯିବ । ଅନାବଶ୍ୟକ ଏବଂ ଅପ୍ରଚଳିତ ନିୟମକୁ ହଟାଯିବ । ଏହା ସହିତ କର ବିବାଦକୁ କମ କରାଯିବ । ଏଥିପାଇଁ ୬୫୦୦ ମତାମତ ଗ୍ରହଣ କରାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.