ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରାଜନାଥ ସିଂହ ଓ ଯୋଗୀଙ୍କ ସହ ୯ ନେତାଙ୍କ ଭିଆଇପି ସୁରକ୍ଷାରୁ ହଟିବେ NSG କମାଣ୍ଡୋ, CRPF ଯବାନ ନେବେ ଦାୟିତ୍ବ

Published By : Harapriya Biswal | October 16, 2024 7:52 PM

ନୂଆଦିଲ୍ଲୀ,୧୬।୧୦: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ୯ ଭିଆଇପିଙ୍କ ସୁରକ୍ଷାରୁ ହଟିବେ ଏନ୍‌ଏସ୍‌ଜି କମାଣ୍ଡୋ। କେନ୍ଦ୍ର ସରକାର ବୁଧବାର ଏହି ନିର୍ଦେଶ ଦେଇଛନ୍ତି। ଏନଏସ୍‌ଜି କମାଣ୍ଡୋଙ୍କ ସ୍ଥାନରେ ସିଆରପିଏଫ୍ ଯବାନ ସୁରକ୍ଷା ଦାୟିତ୍ବ ନେବେ। ଏହାଛଡା ଗୃହମନ୍ତ୍ରଣାଳୟ ଏକ ଟ୍ରେନିଂ କର୍ମଚାରୀଙ୍କ ଏକ ନୂଆ ବାଟାଲିଅନକୁ ମଧ୍ୟ ମଞ୍ଜୁରୀ ଦେଇଛି, ଯାହାକୁ ନିକଟରେ ସଂସଦର ସୁରକ୍ଷାରୁ ହଟାଇ ଦିଆଯିବ। ଏହି ବାଟାଲିଅନକୁ ସିଆରପିଏଫ୍‌ ସହ ଯୋଡିବାର ପ୍ରସ୍ତୁତି ଚାଲିଛି।

ଅଧିକାରୀଙ୍କ ସୂଚନା ଅନୁସାରେ, କେନ୍ଦ୍ର ସରକାର ଆତଙ୍କବାଦ ବିରୋଧି କମାଣ୍ଡୋ ବଳ ଏନ୍‌ଏସ୍‌ଜିକୁ ଭିଆଇପି ସୁରକ୍ଷାରୁ ସମ୍ପୂର୍ଣ୍ଣ ହଟାଇବାର ନିଷ୍ପତ୍ତି ନେଇଛି। ଏପର୍ଯ୍ୟନ୍ତ ଯେଉଁ ୯ ଭିଆଇପିଙ୍କ ସୁରକ୍ଷାରେ କମାଣ୍ଡୋ ମୁତୟନ ଥିଲେ, ତାଙ୍କୁ ସୁରକ୍ଷା ଦାୟିତ୍ବ ଏବେ ସିଆରପିଏଫ୍‌ ସମ୍ଭାଳିବ। ଏପର୍ଯ୍ୟନ୍ତ ୯ ଜେଡ୍‌ ପ୍ଲସ୍ ଶ୍ରେଣୀର ନେତାଙ୍କ ଭିଆଇପି ସୁରକ୍ଷା ଏନ୍‌ଏସ୍‌ଜିର ବ୍ଲାକ କ୍ୟାଟ୍‌ କମାଣ୍ଡୋ କରୁଥିଲେ। ଏଥିରେ ୟୁପିର ମୁଖ୍ୟମନ୍ତୀ ଯୋଗୀ ଆଦିତ୍ୟନାଥ, ବିଏସ୍‌ପି ସୁପ୍ରିମୋ ମାୟାବତୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବହୁ ନେତା ସାମିଲ ଅଛନ୍ତି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ, ବିଏସ୍‌ପି ସୁପ୍ରିମୋ ମାୟାବତୀ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂହ, ଗୁଲାମ ନବୀ ଆଜାଦ, ଫାରୁକ ଅବଦୁଲ୍ଲା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷାରେ ଏନଏସ୍‌ଜି କମାଣ୍ଡେ ମୁତୟନ ଅଛନ୍ତି, ଯାହାଙ୍କ ସ୍ଥାନ ଏବେ ସିଆରପିଏଫ୍ ଯବାନ ନେବେ।

ଯେଉଁ ଭିଆଇପିଙ୍କ ସୁରକ୍ଷାରୁ ଏନଏସ୍‌ଜି କମାଣ୍ଡୋ ହଟିବେ, ତାଙ୍କ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଏଏସ୍‌ଏଲ ଅର୍ଥାତ ଆଡଭାନ୍ସ ସିକ୍ୟୁରିଟି ଲାଇସେନ୍ସ ପ୍ରୋଟୋକଲ୍‌ ରହିଛି, ଏହାର ଅର୍ଥ ଏହା ଯେ, ଏପର୍ଯ୍ୟନ୍ତ କୌଣସି ଭିଆଇପି କୌଣସି ସ୍ଥାନକୁ ଯାଇଥାନ୍ତି ସେ ସ୍ଥାନର ଯାଞ୍ଚ ଓ ସୁରକ୍ଷା କରାଯାଇଥାଏ। ଏବେ ଏହି ଦୁଇ ନେତାଙ୍କ ପାଇଁ ଏଏସ୍ଏଲ ପ୍ରୋଟୋକଲ୍ ମଧ୍ୟ ସିଆରପିଏଫ୍ ସମ୍ଭାଳିବ। ଏପର୍ଯ୍ୟନ୍ତ ସିଆରପିଏଫ୍‌ ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଓ ଗାନ୍ଧୀ ପରିବାର ପାଇଁ ଏସବୁ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.