PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସେନାରେ ବଡ ପରିବର୍ତ୍ତନ, ବିପିନ୍ ରାୱତଙ୍କ ପରେ ମନୋଜ ନରୱାନେ ହୋଇପାରନ୍ତି ଆଗାମୀ ସେନାଧ୍ଯକ୍ଷ

ନୁଆଦିଲ୍ଲୀ ୨୩/୭: ଲେପ୍ଟିନାଣ୍ଟ ଜେନେରାଲ ନରୱାନେ ନିଜର ୩୭ ବର୍ଷର ସେବାରେ ଅନେକ ପଦରେ କାର୍ଯ୍ୟ କରିସାରିଛନ୍ତି । ସେନାର ପୂର୍ବତନ କମାନର କମାଣ୍ଡର ଲେପ୍ଟିନାଣ୍ଟଜେନେରାଲ୍ ମନୋଜ ମୁକୁନ୍ଦ, ନରୱାନେଙ୍କୁ ସେନାର ଆଗାମୀ ଉପପ୍ରମୁଖ ଭାବେ ନିଯୁକ୍ତ କରିଛନ୍ତି । ଲେପ୍ଟିନାଣ୍ଟ ଜେନେରାଲ୍ ନରୱାନେ, ଲେପ୍ଟିନାଣ୍ଟ ଜେନେରାଲ୍ ଡି ଅମ୍ବୁଙ୍କ ସ୍ଥାନ ନେବେ ଯିଏ କି ୩୧ ଅଗଷ୍ଟରେ ରିଟାୟର ହେଉଛନ୍ତି । ସୂଚନା ଅନୁସାରେ ଲେପ୍ଟିନାଣ୍ଟ ଜେନେରାଲ୍ ନରୱାନେ ଆଗାମୀ ସେନା ପ୍ରମୁଖ ହୋଇପାରନ୍ତି । ପ୍ରକୃତରେ ବର୍ତ୍ତମାନର ସେନା ପ୍ରମୁଖ ଜେନେରାଲ୍ ବିପିନ ରାୱତ ୩୧ ଡିସେମ୍ବରକୁ ରିଟାୟର ହେଉଛନ୍ତି ।

ଲେପ୍ଟିନାଣ୍ଟ ଜେନେରାଲ୍ ନରୱାନେ ୩୭ ବର୍ଷ ନିଜ ସେବା ସମୟରେ ଅନେକ ପଦରେ କାର୍ଯ୍ଯ କରିସାରିଛନ୍ତି । ସେ ଆତଙ୍କବାଦ ଦମନ ମାମଲାରେ ଅତ୍ଯନ୍ତ ସକ୍ରିୟ ରହିଥାନ୍ତି । ସେ ଜମ୍ମୁ କଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସର ଏକ ବାଟାଲିୟନ ଓ ପୂର୍ବୀୟ ମୋର୍ଚ୍ଚାରେ ଏକ ଇଫେଣ୍ଟି ବ୍ରିଗେଡର ମଧ୍ୟ କମାନ ସମ୍ଭାଳିଛନ୍ତି । ଏହା ବ୍ଯତୀତ ସୈନ୍ଯ ଅଭିଯାନର ମହାନିର୍ଦ୍ଦେଶକ ଲେପ୍ଟିନାଣ୍ଟ ଜେନେରାଲ୍ ଅନିଲ ଚୌହାନ୍ ପୂର୍ବୀୟ କମାନ ପାଇଁ ନୂଆ ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ରହିବେ ।  

ସୂଚନା ଅନୁସାରେ ଲେପ୍ଟିନାଣ୍ଟ ଜେନେରାଲ୍ ଏ ଏଲ୍ କ୍ଲେରକୁ ଦକ୍ଷିଣ-ପଶ୍ଚିମ କମାନର ଜେନେରାଲ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ କରାଯାଇଛି ଏବଂ ସେ ଲେପ୍ଟିନାଣ୍ଟ ଜେନେରାଲ୍ ସି ମାଥେସନଙ୍କ ସ୍ଥାନ ନେବେ । ଲେପ୍ଟିନାଣ୍ଟ ଜେନେରାଲ୍ ମାଥେସନ୍ ୩୧ ଅଗଷ୍ଟକୁ ଅବସର ନେବେ । ଲେପ୍ଟିନାଣ୍ଟ ଜେନେରାଲ୍ ଆଇଏସ୍ ଘୁମାନଙ୍କୁ ମଧ୍ଯ କମାନର ଜେନେରାଲ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତ କରାଯାଇଛି । ସେ ଲେପ୍ଟିନାଣ୍ଟ ଜେନେରାଲ୍  ଅଭୟ କୃଷ୍ଣଙ୍କ ସ୍ଥାନ ନେବେ । ଲେପ୍ଟିନାଣ୍ଟ ଜେନେରାଲ୍ ଆପ ପି ସିଂହଙ୍କୁ ପଶ୍ଚିମୀ କମାନର ପ୍ରମୁଖ ନିଯୁକ୍ତ କରାଯାଇଛି । ସେ ଲେପ୍ଟିନାଣ୍ଟ ଜେନେରା୍ଲ ସୁରିନ୍ଦର ସିଂହଙ୍କ ସ୍ଥାନ ନେବେ ଯିଏକି ୩୧ ଜୁଲାଇରେ କାର୍ଯ୍ଯରୁ ନିବୃତ୍ତ ହେବାକୁ ଯାଉଛନ୍ତି ।