ନୂଆଦିଲ୍ଲୀ, ୧୭।୪: ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ର କର୍ପୋରେଟ୍ ସଂସ୍କୃତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଜଣେ ପୂର୍ବତନ ମହିଳା କର୍ମଚାରୀ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ବିଶେଷ ସାକ୍ଷାତକାରରେ କମ୍ପାନୀ ଭିତରେ ଚାଲିଥିବା ଧର୍ମାନ୍ତରଣ ଷଡ଼ଯନ୍ତ୍ର ଏବଂ ଯୌନ ନିର୍ଯାତନାର କଳା କାହାଣୀ ପଦାରେ ପକାଇଛନ୍ତି । ମହିଳା କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଟିମ୍ ଲିଡର ତୌସିଫ୍ ଅତ୍ତର ଜାଣିଶୁଣି ହିନ୍ଦୁ ଆସ୍ଥାକୁ ଟାର୍ଗେଟ୍ କରୁଥିଲେ । ଅଫିସରେ ପର୍ବପର୍ବାଣୀ ସମୟରେ ଯଦି କୌଣସି ମହିଳା କର୍ମଚାରୀ ଶାଢ଼ୀ ପିନ୍ଧି କିମ୍ବା ବିନ୍ଦି ଲଗାଇ ଆସୁଥିଲେ, ତେବେ ତୌସିଫ୍ ସମସ୍ତଙ୍କ ସାମ୍ନାରେ ସେମାନଙ୍କୁ ପରିହାସ କରୁଥିଲେ । "ଜଣେ ଟିମ୍ ଲିଡର ହୋଇ ଅନ୍ୟ ଧର୍ମର ରୀତିନୀତିକୁ କିଭଳି ଏତେ ଘୃଣ୍ୟ ଭାବେ ଉପହାସ କରିପାରେ, ତାହା ଆମକୁ ଆଶ୍ଚର୍ଯ୍ୟ କରୁଥିଲା," ବୋଲି ପୀଡ଼ିତା କହିଛନ୍ତି ।
ରୁଦ୍ରାକ୍ଷ ପିନ୍ଧୁଥିବା ବନ୍ଧୁ ବନିଗଲେ ଇସଲାମର ଅନୁଗାମୀ:
ଏହି ଖୁଲାସାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି 'ଧର୍ମାନ୍ତରଣ' ପ୍ରସଙ୍ଗ । ପୂର୍ବତନ କର୍ମଚାରୀଙ୍କ ଦାବି ଅନୁଯାୟୀ, କୃଷ୍ଣା ନାମକ ଜଣେ ସହକର୍ମୀ ଯିଏ ନିୟମିତ ରୁଦ୍ରାକ୍ଷ ମାଳା ପିନ୍ଧୁଥିଲେ, ପରବର୍ତ୍ତୀ ସମୟରେ ସେ ନିଜର ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରିଥିଲେ । ଅଫିସ ପରିବେଶରେ ଏଭଳି ମାନସିକ ଚାପ ସୃଷ୍ଟି କରାଯାଉଥିଲା ଯାହା ଫଳରେ କର୍ମଚାରୀମାନେ ନିଜର ଆତ୍ମବିଶ୍ୱାସ ହରାଉଥିଲେ । କର୍ପୋରେଟ୍ ଏଥିକ୍ସକୁ ଜଳାଞ୍ଜଳି ଦେଇ ଅଭିଯୁକ୍ତମାନେ ଅଫିସରେ ଅତ୍ୟନ୍ତ ଅଶ୍ଳୀଳ ଭାଷା ବ୍ୟବହାର କରୁଥିଲେ । ପୀଡ଼ିତାଙ୍କ କହିବା ଅନୁସାରେ, ମହିଳା କର୍ମଚାରୀଙ୍କୁ ଟିମ୍ ଲିଡରଙ୍କ ଡେସ୍କ ନିକଟକୁ ଡକାଯାଇ ଅଭଦ୍ର କଥାବାର୍ତ୍ତା କରାଯାଉଥିଲା । କୌଣସି ପ୍ରଫେସନାଲ୍ ଅଫିସରେ ଏଭଳି ବାତାବରଣ କଳ୍ପନା କରାଯାଇପାରିବ ନାହିଁ । ସୁରକ୍ଷା ନାଁରେ କର୍ମଚାରୀଙ୍କ ଫୋନ୍, ବ୍ୟାଗ୍, ଏପରିକି ଲଞ୍ଚ ବକ୍ସ ମଧ୍ୟ ଅଫିସ ବାହାରେ ରଖାଯାଉଥିଲା, ଯେପରି କେହି କିଛି ରେକର୍ଡ କରିପାରିବେ ନାହିଁ ।
ନିଦା ଖାନଙ୍କୁ ନେଇ ବଡ଼ ପର୍ଦ୍ଦାଫାଶ:
ଏହି ସମଗ୍ର ଘଟଣାରେ ଚର୍ଚ୍ଚାରେ ଥିବା ନିଦା ଖାନଙ୍କୁ ନେଇ ମଧ୍ୟ ସ୍ପଷ୍ଟୀକରଣ ମିଳିଛି । ପୂର୍ବତନ କର୍ମଚାରୀ କହିଛନ୍ତି ଯେ, ନିଦା କୌଣସି HR ନଥିଲେ, ବରଂ ଜଣେ ପ୍ରୋସେସ୍ ଆସୋସିଏଟ୍ ଥିଲେ । ସେ ନିଜର ଡିପାର୍ଟମେଣ୍ଟ ବଦଳାଇବା ଏବଂ ଟ୍ରାନ୍ସଫର ପାଇଁ ପ୍ରୟାସ କରୁଥିଲେ । ଅଫିସ କ୍ୟାମ୍ପସ ଭିତରେ କର୍ମଚାରୀଙ୍କ ବ୍ୟକ୍ତିଗତ ଜିନିଷପତ୍ର ବାହାରେ ରଖିବା ଏବଂ ଭିତରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପକୁ ଲୁଚାଇବା ପାଇଁ ହୋଇଥିବା ପ୍ରୟାସ ଏବେ ଟାଟା ଭଳି ଏକ ସମ୍ମାନଜନକ ସଂସ୍ଥାର ଆଭିମୁଖ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଏହି ମାମଲା ସାମ୍ନାକୁ ଆସିବା ପରେ କର୍ପୋରେଟ୍ ଜଗତରେ ହଲଚଲ ସୃଷ୍ଟି ହୋଇଛି ଏବଂ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।
ଆହୁରି ପଢ଼ନ୍ତୁ... TCS ଅଫିସରେ ଆତଙ୍କବାଦୀ ଷଡ଼ଯନ୍ତ୍ର ! ଲାଲ୍ କିଲ୍ଲା ବ୍ଲାଷ୍ଟ ମାଷ୍ଟରମାଇଣ୍ଡ ସହ ନିଦା ଖାନଙ୍କ ସମ୍ପର୍କ !