କଟକ : ଲୁଟ୍ କରୁଥିଲେ, ଆତଙ୍କ ଖେଳାଉଥିଲେ । ଦୁଇ କୁଖ୍ୟାତ ଅପରାଧୀଙ୍କ ସହ ୮ ରିସିଭରଙ୍କୁ ଗିରଫ କଲା ପୁଲିସ । କଟକରୁ ଏହି ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ଗହଣା, ୮ ଲକ୍ଷ ଟଙ୍କାର ରୂପା ଅଳଙ୍କାର, ନଗଦ ୬୧,୬୦୦ ଟଙ୍କା, ମହିନ୍ଦ୍ରା ଥାର୍ ଏବଂ ଫୋର୍ଡ ଫିଗୋ କାର ଜବତ କରାଯାଇଛି । ଏହାସହ ଚୋରିରେ ବ୍ୟବହୃତ ଅନେକ ସରଞ୍ଜାମ ମଧ୍ୟ ଜବତ କରାଯାଇଛି ।
ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳର ରାଜେଶ ଖୁଣ୍ଟିଆ ଏବଂ ସୁଶାନ୍ତ ସ୍ବାଇଁ । ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ୪୭ଟି ମାମଲା ରହିଛି । ଏମାନେ ରାତି ଅଧରେ ଘରେ ପଶନ୍ତି ଏବଂ ଲୁଟ୍ କରନ୍ତି । ଲୋକଙ୍କ ମାରଣାସ୍ତ୍ର ଦେଖାଇ ଘରେ କଳାକନା ବୁଲାନ୍ତି । ତେବେ ଏମାନେ ଚୋରି କରିବା ପରେ ଏହି ସମାଗ୍ରୀଙ୍କୁ ଯେଉଁମାନଙ୍କ ସାହାର୍ଯ୍ୟରେ ବିକ୍ରି କରନ୍ତି ସେମାନଙ୍କ ମଧ୍ୟରୁ ୮ ରିସିଭରଙ୍କୁ ମଧ୍ୟ ଗିରଫ କରାଯାଇଛି । କଟକ ଗ୍ରାମାଞ୍ଚଳ ଏସପି ଭିନୀତ ଅଗ୍ରଓ୍ବାଲ ସାଲେପୁର ଏସପିଙ୍କ କାର୍ଯ୍ୟାଳୟରେ ପ୍ରେସମିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏହାସହ ପଢ଼ନ୍ତୁ : ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କେତେ ସମ୍ପତ୍ତିର ମାଲିକ, ମୁକେଶ ଅମ୍ବାନୀଙ୍କଠାରୁ କେତେ କମ୍ ?