ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ, ମହଙ୍ଗା ମାଡ଼ ଭଳି ସ୍ଥିତି ଦେଇ ଆସିଥିବା ପାକିସ୍ତାନ ଅନେକ ସମୟରେ ଗଣମାଧ୍ୟମରେ ଶିରୋନାମା ପାଲଟିଥାଏ । କିନ୍ତୁ ଆମ ପଡ଼ୋଶୀ ଦେଶରେ ମଧ୍ୟ ଅନେକ କୋଟିପତି ରହିଛନ୍ତି । ଯେଉଁମାନେ ଡଲାର ରୋଜଗାର କରନ୍ତି । କିନ୍ତୁ ଭାରତର ଧନୀ ବ୍ୟକତିଙ୍କଠାରୁ ବହୁତ ପଛରେ ରହିଛନ୍ତି । ତେବେ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତିଭାବେ ଶାହିଦ୍ ଖାନଙ୍କୁ ମାନାଯାଏ ।

ସବୁଠାରୁ ମଜା କଥା ହେଉଛି କି, ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଶାହିନ କିନ୍ତୁ ପାକିସ୍ତାନରେ ରୁହନ୍ତି ନାହିଁ । ଯଦିଓ ସେ ପାକିସ୍ତାନର ମୂଳ ବାସିନ୍ଦା ତଥାପି ସେ ଆମେରିକାରେ ରୁହନ୍ତି । ଅଟୋମୋବାଇଲ୍ସ କ୍ଷେତ୍ରରେ ତାଙ୍କର ଅନେକ କ୍ଷାତି ରହିଥିବାବେଳେ ବହୁ କମ୍ପାନୀ ମଧ୍ୟ ତାଙ୍କ ନାମରେ ରହିଛି । ଏହାସହ କ୍ରୀଡ଼ା ଜଗତରେ ମଧ୍ୟ ସେ ବେଶ ସକ୍ରିୟ । ଇଂରାଜୀ ଫୁଟବଲ କ୍ଲବ ଫୁଲହାମ୍ ଏଫସିରେ ମଧ୍ୟ ତାଙ୍କର ଅଂଶଧନ ରହିଛି । ତାଙ୍କର ସମୁଦାୟ ସମ୍ପତ୍ତି ୧୩.୭ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ତେବେ ଶାହିଦ୍ ପ୍ରଥମେ କାମ କରିବା ପାଇଁ ଯେତବେଳେ ଆମେରିକା ଯାଇଥିଲେ ସେ ପରଘରେ କାମ କରିବା ସହ ହୋଟେଲରେ ମଧ୍ୟ ପ୍ଲେଟ ଉଠାଉଥିଲେ । ନିଜ ପରିଶ୍ରମ ବଳରେ ସେ ଏତେ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି ।

ଯଦି ଆମେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି କଥା କହିବା ତାହେଲେ ସେ ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି । ଏବଂ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି ଶାହିନ ମାତ୍ର ୧୩ ବିଲିୟନର ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି । ମୁକେଶଙ୍କଠାରୁ ସେ ବେଶ ପଛରେ ରହିଛନ୍ତି । ତେବେ ଶାହିଦଙ୍କ ପରେ ରହିଛନ୍ତି ମିଆଁ ମହମ୍ମଦ ମାନସ ନିଶାତ ଗ୍ରୁପର ମାଲିକ ଭାବେ ବେଶ ଜଣାଶୁଣା । ତାଙ୍କର କପଡ଼ା ବ୍ୟବସାୟ ରହିଥିବାବେଳେ ସମ୍ପତ୍ତି ୫ ବିଲିୟନ ଡଲାରରୁ ଅଧିକ ହେବ । ତାଙ୍କ ପରେ ରହିଛନ୍ତି ଶାନ୍ ଫୁଡ୍ସର ମାଲିକ ଅନଓ୍ବର ପରଭେଜ୍ । ଯିଏକି ୩ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ।

ଏହାସହ ପଢ଼ନ୍ତୁ : ମହିଳା ସଂରକ୍ଷଣ ବିଲ ଆଗତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଭା ପାଟିଲଙ୍କ ଚିଠି