ଭୁବନେଶ୍ୱର,୦୩/୧୦: ପାର୍ବଣ  ଉପଲକ୍ଷେ ପାତ୍ର ଇଲେକଟ୍ରୋନିକ୍ସ ପକ୍ଷରୁ ବିଗ୍‌ ଫେଷ୍ଟିଭାଲ ସେଲ  ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଚଳିତ ମାସ ୧୪ ଯାଏ  ପାତ୍ର ଇଲେକଟ୍ରୋନିକ୍ସର  ରାଜ୍ୟରେ ଥିବା ୩୬  ଷ୍ଟୋରରେ ଉପଲବ୍ଧ  ହେବ । ଏହି ସମୟରେ ମାତ୍ର  ୧୦ ଟଙ୍କା ଦେଇ କେତେକ ଘର  ଉପକରଣ ଯଥା- ମୋବାଇଲ ଫୋନ,  ଲାପ୍‌ଟପ, କ୍ୟାମେରା, ଏସି, ଟିଭି, ଫ୍ରିଜ,  ୱାଶିଂମେସିନ, ମାଇକ୍ରୋଓଭନ, କିଚେନ  ଆପ୍ଲାଏନ୍ସ, ସ୍ମଲ ଆପ୍ଲାଏନ୍ସ ଏବଂ ଫର୍ଣ୍ଣିଚର  ଭଳି ସାମଗ୍ରୀ କଷ୍ଟ ଟୁ କଷ୍ଟ ପ୍ରାଇସ ଓ  ସହଜ କିସ୍ତିରେ ଗ୍ରାହକ ନେଇପାରିବେ । ୩୬ ମାସର ଇଏମ୍‌ଆଇ, ଗୋଟିଏ  ଇଏମ୍‌ଆଇ ଫ୍ରି ଏବଂ ୧୫ ହଜାର  ଟଙ୍କାର କ୍ୟାଶବ୍ୟାକ ରହିଛି । 

କଲେଜ  ପିଲା ଆଇକାର୍ଡ ଦେଖାଇ ମୋବାଇଲ  କିଣିଲେ ୫୦୦ ଟଙ୍କାର ଅତିରିକ୍ତ  ରିହାତି ମିଳୁଛି । ପୁରୁଣା ଜିନିଷ  ବଦଳାଇ ନୂଆ ଜିନିଷ କିଣିଲେ  ୧୦ ହଜାର ଯାଏଁ ସଞ୍ଚୟ  ସୁବିଧା ମିଳିବ । ପୁରୁଣା  ମୋବାଇଲକୁ ଅପ୍‌ଗ୍ରେଡ  କରାଇଲେ ୧୫ ହଜାର  ଟଙ୍କା ଯାଏ ରିହାତି ରହିଛି । ପୁରୁଣା  ଫର୍ଣ୍ଣିଚର ବଦଳାଇ ନୂଆ ଫର୍ଣ୍ଣିଚର ସହଜ  କିସ୍ତିରେ ନେଇ ପାରିବେ । କେତେକ ବଡ  ଟିଭିରେ ଛୋଟ ଟିଭି ଫ୍ରି ଏବଂ ବଡ ଫ୍ରିଜ  ସହ ଛୋଟ ଫ୍ରିଜ ଫ୍ରି ମିଳିବ । ଭିନ୍ନ ଭିନ୍ନ  କମ୍ପାନିର ମଡେଲ ଉପରେ ଏହା ଉପଲବ୍ଧ  ଓ ସର୍ତ୍ତାବଳୀ ଲାଗୁ ଅଟେ ।