ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ୩୦ ବିଧାୟକ ନେଇପାରନ୍ତି ଶପଥ

Published By : Tapas Panda | December 14, 2024 9:50 PM

Image Courtesy: indiatv

ମୁମ୍ବାଇ: ମହାରାଷ୍ଟ୍ର ରଜାନୀତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ନେଇ ହାଇଡ୍ରାମା ପରେ ଏବେ ମନ୍ତ୍ରିମଣ୍ଡଳକୁ ନେଇ ବିତର୍କ ଜାରି ରହିଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତାକାଲି (ରବିବାର) ଅପରାହ୍ଣ ୪ଟାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ସୂଚନା ମିଳିଛି । ଆଉ ଏଥିପାଇଁ ଦୁଇଟି ପ୍ରସ୍ତାବ ରହିଛି । ପ୍ରଥମ ପ୍ରସ୍ତାବ ଅନୁସାରେ, ପାଖାପାଖି ୩୦ ବିଧାୟକ ଶପଥ ନେଇପାରନ୍ତି । ଅନ୍ୟ ପ୍ରସ୍ତାବ ଅନୁସାରେ, ୧୮-୨୦ ବିଧାୟକ ଶପଥ ନେଇପାରନ୍ତି ବୋଲି କୁହାଯାଉଛି । 

ପ୍ରଥମ ପ୍ରସ୍ତାବରେ ୩୦ ବିଧାୟକ ନେବେ ଶପଥ !

ବିଜେପି- ୧୫

ସିନ୍ଦେଙ୍କ ଶିବସେନା- ୮

ଅଜିତଙ୍କ ଏନସିପି- ୭

ଦ୍ବିତୀୟ ପ୍ରସ୍ତାବରେ ୧୮-୨୦ ବିଧାୟକ ନେବେ ଶପଥ !

ବିଜେପି -୧୦

ଶିବସେନା- ୪/୫

ଏନସିପି- ୪/୫ 

ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୪୩

ବିଜେପି- ୨୧ ମନ୍ତ୍ରୀ ପଦ

ସିନ୍ଦେଙ୍କ ଶିବସେନା- ୧୨ ମନ୍ତ୍ରୀ

ଅଜିତ ପାଓ୍ବାରଙ୍କ ଏନସିପି- ୧୦ ମନ୍ତ୍ରୀ 

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ୩ ଦଳର ତାଲିକା ପଠାଇ ଦିଆଯାଇଛି । ୩ ଦଳ ବରିଷ୍ଠ, ଯୁବ ଏବଂ କେତେ ଜଣ ନୂଆ ଚେହେରାଙ୍କ ତାଲିକା ପଠାଇଛନ୍ତି । ବିଜେପିର ଶୀର୍ଷ ନେତୃତ୍ବ ସ୍ବଚ୍ଛ ନେତା ଏବଂ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି । ଯଦି ଏଭଳି ହୁଏ ତେବେ, ବିଜେପି, ଶିବସେନା ଏବଂ ଏନସିପି ଦଳରେ କେତେକ ବରିଷ୍ଠ ନେତାଙ୍କୁ ନିରାଶ ହେବାକୁ ପଡ଼ିପାରେ ଏବଂ ମନ୍ତ୍ରିମଣ୍ଡଳରେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.