ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ସନ୍ଧ୍ୟା ୫ ସୁଦ୍ଧା ୫୭.୭୮ ପ୍ରତିଶତ ଭୋଟିଂ ହୋଇଛି ।  ଏହା ପରେ ଏକଜିଟ୍‌ ପୋଲ୍‌ ସାମ୍ନାକୁ ଆସିଛି । ଏକଜିଟ୍‌ ପୋଲ୍‌କୁ ଦେଖିଲେ ଜଣାପଡ଼ିଛି, ଏଥର ଦିଲ୍ଲୀକୁ ଫେରିପାରେ ବିଜେପି ଶାସନ । ସେପଟେ ଆଉ କିଛି ଏଜେନ୍ସି ଅନୁସାରେ, ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ବିଜେପି ମଧ୍ୟରେ ଟକ୍କର ହୋଇପାରେ । ଏପରିକି ଆପ୍‌ ପୁଣି ଥରେ ଶାସନକୁ ଫେରିପାରେ । ମାଟ୍ରିଜ୍‌ର ଆକଳନ ଅନୁସାରେ ଆପ୍‌କୁ ୩୨-୩୭ ଆସନ ମିଳିବାକୁ ଥିବା ବେଳେ ବିଜେପି ଖାତାକୁ ଯାଇପାରେ ୩୫-୪୦ ଆସନ୍‌ । ତେବେ ୭୦ ବିଧାନସଭା ଆସନରୁ ୩୬ ସିଟ୍‌ରେ ବିଜୟୀ ହେଲେ ହିଁ କୌଣସି ଦଳ ଦିଲ୍ଲୀରେ ସରକାର ଗଠନ କରିପାରିବ । ମାଟ୍ରିଜ୍‌ ଅନୁସାରେ, ଗତ ଦୁଇଟି ନିର୍ବାଚନରେ ଖାତା ଖୋଲିନଥିବା କଂଗ୍ରେସକୁ ଗୋଟିଏ କମ୍ବା କୌଣସି ଆସନ ମିଳିନପାରେ । 

ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ୍‌ ପୋଲ୍‌

ଚାଣକ୍ୟ ଷ୍ଟ୍ରାଟେଜିଜ୍‌-    

ଆପ୍‌: ୩୯-୪୪

ବିଜେପି: ୨୫-୨୮

କଂଗ୍ରେସ:୨-୩

ଜେଭିସି-

ଆପ୍‌: ୨୨-୩୧

ବିଜେପି: ୩୯-୪୫

କଂଗ୍ରେସ:୦-୨

ପି-ମାର୍କ

ଆପ୍‌: ୨୧-୩୧

ବିଜେପି: ୩୯-୪୯

କଂଗ୍ରେସ:୦-୧

ପୋଲ ଅଫ ଦି ପୋଲ୍ସ

ଆପ୍‌: ୨୫

ବିଜେପି: ୬୫

କଂଗ୍ରେସ: ୫

ପିପୁଲ୍ସ ପଲସ୍‌

ଆପ୍‌: ୧୦-୧୯

ବିଜେପି: ୫୧-୬୦

ପିପୁଲ୍ସ ଇନସାଇଟ୍‌

ଆପ୍‌ ୨୫-୨୯

ବିଜେପି: ୪୦-୪୪

କଂଗ୍ରେସ: ୦-୦୧

ସୂଚନାଯୋଗ୍ୟ, ବୁଧବାର ଦିଲ୍ଲୀରେ ମତଦାନ ଶେଷ ହୋଇଥିବା ବେଳେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଛି । ଫେବୃଆରୀ ୮ରେ ଭୋଟ ଗଣତି ହେବା ପରେ ଜାତୀୟ ରାଜଧାନୀରେ କେଉଁ ଦଳ ସରକାରଗ ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । ଯଦି ଏକଜିଟ୍‌ ପୋଲ୍‌ ସତ ହୁଏ ତେବେ ଦିଲ୍ଲୀରେ ଦୀର୍ଘ ବର୍ଷ ପରେ ବିଜେପି ସରକାର ଦେଖିବାକୁ ମିଳିପାରେ ।