ନୂଆଦିଲ୍ଲୀ,୩୦।୪: ପାକିସ୍ତାନକୁ ୟୁଏଇର ବଡ଼ ଧରଣର ଝଟକା । ୟୁଏଇ ନିଜର ୩.୫ ବିଲିୟନ ଡଲାର ଋଣକୁ ପାକିସ୍ତାନ ନିକଟରୁ ଫେରାଇ ନେଇଛି। ଏହା ପରେ ଏବେ ପାକିସ୍ତାନ ପାଇଁ ଆଉ ଏକ ଆର୍ଥିକ ଚ୍ୟାଲେଞ୍ଜ ସାମନାକୁ ଆସିଛି। ୟୁଏଇର ବଡ଼ ଟେଲିକମ୍ କମ୍ପାନୀe&ପାକିସ୍ତାନର ଟେଲିକମ୍ ସେକ୍ଟରଠାରୁ ସମ୍ପୂର୍ଣ୍ଣ ଭାବରେ ବାହାରକୁ ଚାଲିଯିବା ନେଇ ବିଚାର କରୁଛି। e&କୁ ପୂର୍ବରୁEtisalaନାମରେ ଜଣାଯାଉଥିଲା। ଆସନ୍ତୁ ଜାଣିବା ପୁରା ଘଟଣା।

e& ପାଖରେ ପାକିସ୍ତାନ ସରକାରୀ ଟେଲିକମ୍ କମ୍ପାନୀ ପିଟିସିଏ୍ (ପାକିସ୍ତାନ ଦୂରସଞ୍ଚାର କମ୍ପାନୀ ଲିମିଟେଡ୍)ର ୨୬% ସେୟାର ରହିଛି। କେବଳ ସେୟାର ନୁହେଁ, ବଂର କମ୍ପାନୀ ମ୍ୟାନେଜମେଣ୍ଟ କନଟ୍ରୋଲ ମଧ୍ୟ ଏହି ଉପସାଗରୀୟ କମ୍ପାନୀ ହାତରେ ରହିଛି। ଏବେ କମ୍ପାନୀ ନିଜର ନିବେଶ ରଣନୀତିକୁ ସମୀକ୍ଷା କରୁଛି ଓ ପିଟିସିଏଲ୍କୁ ନିଜର ସେୟାର ବିକ୍ରି କରି ବାହାରକୁ ଯିବାକୁ ପ୍ରସ୍ତୁତି କରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି।

ପାକିସ୍ତାନୀ ଖବର କାଗଜ ଡନ୍ର ରିପୋର୍ଟ ଅନୁସାରେ, ୟୁଏଇର କମ୍ପାନୀର ଏହି ପଦକ୍ଷେପ ପାକିସ୍ତାନ ପର୍ଯ୍ୟନ୍ତ ସୀମିତ ନାହିଁ। ଉପସାଗରୀୟ ଦେଶର ନିବେଶକ ବହୁ ବିଶ୍ବ ବଜାରରେ ନିଜର ନିବେଶ ଓ ସମ୍ପତ୍ତିର ପୁନଃମୂଲ୍ୟାଙ୍କନ କରୁଛନ୍ତି। ସୁତ୍ର ଅନୁସାରେ, ଏହି ସମୀକ୍ଷା ପଛରେ ମୁଖ୍ୟ ରୂପରେ ତିନୋଟି କାରଣ ରହିଛି।

ବିଶ୍ବ ଆର୍ଥିକ ଅନିଶ୍ଚିତତା : ସାରା ଦୁନିଆର ଅର୍ଥବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି।

ଆଞ୍ଚଳିକ ଭୂ-ରାଜନୈତିକ ବିବାଦ : ମଧ୍ୟ ପୂର୍ବ ଓ ଅନ୍ୟ କ୍ଷେତ୍ରରେ ଚାଲୁଥିବା ରାଜନୈତିକ ଓ ରଣନୈତିକ ବିବାଦ।

ପୁଞ୍ଜି ଆବଣ୍ଟନର ନୂଆ ନୀତି : ସରକାରୀ କିମ୍ବା ସଭରେନ୍ ଫଣ୍ଡ ସମ୍ପର୍କିତ ନିବେଶକଙ୍କ ଦ୍ବାରା ନିଜର ପୁଞ୍ଜିକୁ ଅଧିକ ସୁରକ୍ଷିତ ଓ ଲାଭଦାୟକ ସ୍ଥାନରେ ଲଗାଇବାର ବଦଳୁଥିବା ରଣନୀତି।

ଏହି ଖବର ଏଭଳି ସମୟରେ ଆସିଛି ଯେତେବେଳେ ପାକିସ୍ତାନକୁ ୟୁଏଇର ୩.୫ ବିଲିୟନ ଡଲାର ଋଣ ପରିଶୋଧ କରିବାକୁ ପଡିଛି। ଏହା ହେଉଛି ସେହି ଋଣ, ଯାହାକୁ ୟୁଏଇ ଗତ କିଛି ବର୍ଷରେ ରୋଲ୍-ଓଭର କରି ପରିଶୋଧ କରିବାର ସମୟସୀମାକୁ ଲଗାତାର ବଢାଇବାରେ ଲାଗିଥିଲା, ଯାହାଫଳରେ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଦେବାଳିଆ ହେବାରୁ ରକ୍ଷା ପାଇ ପାରିବ। କିନ୍ତୁ ୟୁଏଇ ଦ୍ବାରା ହଠାତ ଏଭଳି ଟଙ୍କା ଦାବି କରିବା ପରେ ଆର୍ଥିକ ଖରାପ ସ୍ଥିତିରେ ଥିବା ପାକିସ୍ତାନକୁ ଟଙ୍କା ଦେବାକୁ ପହିଛି।