ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ଓ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୩ କୋଟି ୭୦ ଲକ୍ଷରୁ ଅଧିକ ମତାଦାତା ୧୧୨ ଆସନରେ ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ଇଭିଏମ୍ରେ କଏଦ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ସରକାର ବହୁ ମନ୍ତ୍ରୀ ସାମିଲ ଅଛନ୍ତି।
ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ବିହାରରେ ନୂଆ ରେକର୍ଡ ସୃଷ୍ଟି କରିଛ।ଅପରାହ୍ନ୩ଟାସୁଦ୍ଧାଏହି ସଂଖ୍ୟା ୬୦ % ଉପରକୁ ଚାଲିଯାଇଥିଲା। ୨୦୦୦ ମସିହା ବିଧାନସଭା ନିର୍ବାଚନରେ ୬୨.୫୭% ମତଦାନ ହୋଇଛି। ସେଭଳି ୧୯୯୮ ଲୋକସଭା ନିର୍ବାଚନରେ ୬୪.୬% ଭୋଟି ହୋଇଥିଲା। ମୋଟ ଭାବରେ ଏହାକୁ ଯଦି ଦେଖିବା ତେବେ ବିହାରରେ ସବୁଠାରୁ ଅଧିକ ଭୋଟିଂ ରେକର୍ଡ ୧୯୯୮ ଲୋକସଭା ନିର୍ବାଚନରେ ରହିଛି। ଏଥର ଏହି ରେକର୍ଡ ମଧ୍ୟ ବିପଦରେ ରହିଛି।
ବିହାର ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ୪୫,୩୯୯ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଯେଉଁଥିରେ ୪୦,୦୭୩ ମତଦାନ କେନ୍ଦ୍ର ଗ୍ରାମୀଣ ଅଞ୍ଚଳରେ ରହିଛି। ମୋଟ ମତାଦାତାଙ୍କ ଭିତରେ ୧.୭୫ କୋଟି ମହିଳା ରହିଛନ୍ତି। ହିସୁଆ ସିଟ୍ (ନଭାଦ)ରୁ ସବଠାରୁ ଅଧିକ ୩.୬୭ ଲକ୍ଷ ମତଦାତା ରହିଛନ୍ତି, ସେଭଳି ଲୋରିୟା, ଚନପଟିୟା, ରକ୍ସୋଲ,ତ୍ରିବେଣୀଗଞ୍ଜ, ସୁଗୋଲି ଓ ବନମଖିରେ ପ୍ରାର୍ଥୀଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ଏହା ପୂର୍ବରୁ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୨୧ ଟି ଆସନ ପାଇଁ ମତଦାନ ହୋଇଥିଲା, ଯେଉଁଥିରେ ୬୫%ରୁ ଅଧିକ ପୋଲିଂ ରେକର୍ଡ କରାଯାଇଥିଲା।