ନୂଆଦିଲ୍ଲୀ : ମହିଳା ମାନଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଦେବେ ବିହାର ସରକାର। ମହିଳା ରୋଜଗାର ଯୋଜନା ଅନୁସାରେ ଜୀବିକା ସହ ଜଡ଼ିତ ଦିଦିଙ୍କୁ ବ୍ୟବସାୟ କରିବା ପାଇଁ ଦୁଇ ଲକ୍ଷ ଟଙ୍କା ଦେବାର ପ୍ରକ୍ରିୟା ସରକାର ଆରମ୍ଭ କରି ଦେଇଛନ୍ତି। ଏହି ରାଶି ବ୍ୟବସାୟର ପ୍ରଗତିକୁ ଦେଖି ପର୍ଯ୍ୟାୟ କ୍ରମେ ଦିଆଯିବ। ଉନ୍ନତ ରୋଜଗାର ଚଳାଇବା ସ୍ଥିତିରେ ଆବଶ୍ୟକତା ପଡ଼ିଲେ ଏକାଥରେ ବି ସମସ୍ତ ରାଶି ଦିଆଯାଇ ପାରେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ନେଇ ସେ ବିରୋଧୀ ନେତା ତେଜସ୍ୱୀ ଯାଦବ ଓ ଜନ ସୁରାଜ ପାର୍ଟିର ପ୍ରଶାନ୍ତ କିଶୋରଙ୍କୁ ଜବାବ ଦେଇଛନ୍ତି ,ଯିଏ ଏନଡିଏ ସରକାର ଉପରେ ନିର୍ବାଚନୀ ପ୍ରତିଶ୍ରୁତି ପାଳନର ଚାପ ପକାଇ ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ସୋନମ ୱାଙ୍ଗଚୁକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ଗୁରୁବାର ନୀତୀଶ କୁମାର ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସ ମାଧ୍ୟମରେ କହିଛନ୍ତି ଯେ, ରାଜ୍ୟର ମହିଳାଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭର କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ ଆରମ୍ଭ କରାଯାଇଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟର ମହିଳାଙ୍କୁ ସ୍ୱରୋଜଗାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ,ଯାହାକି ପ୍ରତ୍ୟେକ ପରିବାରର ଜଣେ ମହିଳା ଉଦ୍ୟୋଗୀ ଭାବେ ସ୍ଥାପିତ ହୋଇ ପାରିବ।

ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ୧୦ ହଜାର ଟଙ୍କାର ରାଶି ପ୍ରଦାନ କରାଯାଇଛି। ଏବେ ସୁଦ୍ଧା ୧ କୋଟି ୫୬ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ରାଶି ପଠାଇ ଦିଆଯାଇଛି। ଗ୍ରାମୀଣ ଏବଂ ସହରୀ କ୍ଷେତ୍ରରେ ବଞ୍ଚିତ ଆବେଦକଙ୍କୁ ମଧ୍ୟ ନିୟାନୁସାରେ ଡିବିଟି ମାଧ୍ୟମରେ ତାଙ୍କ ଆକାଉଣ୍ଟକୁ ଶୀଘ୍ର ରାଶି ପଠାଇଦିଆ ଯିବ।

ସିଏମ କହିଛନ୍ତି ଯେ, ଏହି ଯୋଜନାରେ ମହିଳାଙ୍କ ଦ୍ୱାରା ରୋଜଗାର କରିବାର ୬ ମାସ ପରେ ଆକଳନ କରି ଆବଶ୍ୟକତା ଅନୁସାରେ ୨ ଲକ୍ଷ ଟଙ୍କା ଯାଏ ଅତିରିକ୍ତ ସହାୟତା ରାଶି ଦିଆଯିବର ପ୍ରାବଧାନ ଅଛି। ଏହି ରାଶି ପର୍ଯ୍ୟାୟ ଅନୁସାରେ ଦିଆଯିବ, ଏଥିପାଇଁ ଯେ ପୂର୍ବରୁ ଦିଆଯାଇ ଥିବା ରାଶିର ରୋଜଗାର କରିବା ହେତୁ ସଦୁପଯୋଗ କରାଯାଇ ପାରିବ। ଭଲ ରୋଜଗାର ହେବା ସ୍ଥିତିରେ ଆବଶ୍ୟକତା ଅନୁସାରେ ଏକାଥରେ ରାଶି ମଧ୍ୟ ଦିଆଯାଇ ପାରେ।