ନୂଆଦିଲ୍ଲୀ : ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ପ୍ରମୁଖ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଉପଯୁକ୍ତ ଓ ବିଶେଷଜ୍ଞ ଚିକିତ୍ସା ଉପଚାର ଯୋଗାଇ ଦିଆଯାଉ। ଅନ୍ୟପଟେ, ତାଙ୍କର ହେପାଜତକୁ ଚ୍ୟାଲେଞ୍ଜ ଦେବା ସମ୍ୱନ୍ଧୀୟ ବଡ଼ ମାମଲରେ ଏବେ ୨ ଫେବ୍ରୁଆରୀରେ ଶୁଣାଣି ହେବ।
ଶୁଣାଣି ବେଳେ ସୋନମ ୱାଙ୍ଗଚୁକଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ କହିଛନ୍ତି ଯେ, ଗତ ତିନି ମାସରେ ତାଙ୍କର ୨୧ ଥର ମେଡିକାଲ ଚେକଅପ୍ ହୋଇ ସାରିଛି , କିନ୍ତୁ ତାଙ୍କର ଲଗାତାର ପେଟ ସମ୍ୱନ୍ଧୀୟ ସମସ୍ୟା ଜାରି ରହିଛି। ଏହା ଉପରେ କୋର୍ଟ ପ୍ରଶ୍ନ କରି ଥିଲେ ଯେ, ଯେବେ ପେଟ ସମସ୍ୟା ଥିଲା ତ ଗ୍ୟାଷ୍ଟ୍ରୋଏଣ୍ଟରୋଲଜିଷ୍ଟ (ପେଟ ବିଶେଷଜ୍ଞ)ଙ୍କୁ କାହିଁକି ଦେଖା ଯାଇ ନଥିଲା।
ଏହାସହ ମଧ୍ୟ ପଢନ୍ତୁ : ଇରାନର ସମ୍ମାନରେ ବନ୍ଧୁ ତୁର୍କୀ ମୈଦାନରେ, ଆମେରିକା ଆକ୍ରମଣର ଧମକ ପରେ ଏର୍ଡୋଗନ ଆକ୍ଟିଭ୍
ସରକାରଙ୍କ ପକ୍ଷରୁ ଏଏସଜି କେ.ଏମ୍. ନଟରାଜ କହିଥିଲେ ଯେ, ହେପାଜତରେ ସୋନମ ୱାଙ୍ଗଚୁକଙ୍କ ପୂରା ଧ୍ୟାନ ରଖା ଯାଇଛି ଏବଂ ତାଜା ମେଡିକାଲ ରିପୋର୍ଟରେ ତାଙ୍କର ବ୍ଲଡ ପ୍ରେସର ଓ ଅକ୍ସିଜେନ ଲେବଲ ସାଧାରଣ ଥିବା ଜଣାପଡ଼ିଛି। ହେଲେ କୋର୍ଟ ସ୍ପଷ୍ଟ କହିଛନ୍ତି ଯେ, ଯଦି କୌଣସି ପ୍ରକାରରେ ବିଶେଷଜ୍ଞ ଚିକିତ୍ସାର ଆବଶ୍ୟକ ପଡ଼େ ତ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଉ।
ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସୋନମ୍ ୱାଙ୍ଗଚୁକଙ୍କୁ ସରକାରୀ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଯାଞ୍ଚ କରାଯାଉ ଏବଂ ତାଙ୍କର ରିପୋର୍ଟ ସିଲବନ୍ଦ ଲଫାଫାରେ କୋର୍ଟ ସାମ୍ନାରେ ଉପସ୍ଥାପିତ କରାଯାଉ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ମେଡିକାଲ ଆବଶ୍ୟକତାରେ କୌଣସି ପ୍ରକାରର ବିଳମ୍ୱ ହେବା ଉଚିତ୍ ନୁହେଁ। କୋର୍ଟ ଚିକିତ୍ସା ସମ୍ୱନ୍ଧୀୟ ପିଟିସନର ନିଷ୍କର୍ଷ କରି ସ୍ପଷ୍ଟ କରିଛନ୍ତି ଯେ, ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ପୂରା ଦାୟିତ୍ୱ ପ୍ରଶାସନର ହେବ। ଏବେ ମାମଲାର ଶୁଣାଣି ୨ ଫେବ୍ରୁଆରୀରେ ହେବ, ଯେଉଁଥିରେ ତାଙ୍କର ହେପାଜତକୁ ନେଇ ଆଇନଗତ ପ୍ରଶ୍ନର ଆଲୋଚନା କରାଯିବ।