ନୂଆଦିଲ୍ଲୀ; ୨୦/୧ : ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ତାହା କାହାକୁ ବି ଜଣା ନଥାଏ । କୁହାଯାଏ ପ୍ରେମ ଦେଖେନା କଳା-ଗୋରା କି ଧନୀ ଗରୀବ । କଥାରେ ଅଛି ପ୍ରେମ ଅନ୍ଧ, କେମିତି ଆଉ କାହା ସହ ପ୍ରେମ ହେବ ତାହା କେବେ ଜଣାନଥାଏ । ଝିଅ-ଝିଅ ମଧ୍ୟରେ ପ୍ରେମ ତାହା ପୁଣି ସ୍କୁଲରେ । ପ୍ରେମ ଏତେ ଗଭୀର ହେଲା ଯେ ସିଧା ସ୍କୁଲରୁ ଫେରାର ହୋଇଗଲେ । ବିହାରରୁ ଯାଇ ପହଞ୍ଚିଛନ୍ତି ଦିଲ୍ଲୀ । ଏମିତି ଏକ ପ୍ରେମ କାହାଣୀ ଏବେ ବେଶ ଚର୍ଚ୍ଚାରେ ରହିଛି ।
ଅନୁଗ୍ରହ କନ୍ୟା ଉଚ୍ଚତର ବିଦ୍ୟାଳୟର ୪ ଜଣ ଛାତ୍ରୀ ସ୍କୁଲରୁ ନିଖୋଜ ହୋଇଛନ୍ତି । ଏହି ଖବର ପ୍ରଥମେ ଯେତେବେଳେ ବ୍ୟାପିଥିଲା ସମସ୍ତେ ଚିନ୍ତା ପ୍ରକଟ କରିଥିଲେ । ପରେ ଯେତେବେଳେ ଜଣା ପଡ଼ିଲା କି, ଏମାନେ ପ୍ରେମରେ ପଡ଼ିବା ପରେ ଫେରାର ହୋଇଛନ୍ତି ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଟିମ ଗଠନ କରି ଏମାନଙ୍କୁ ଖୋଜାଖୋଜି କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା କି, ଏମାନେ ବକ୍ସରରେ ଥାଇ ପାରନ୍ତି । ଯେତେବେଳେ ଏସଆଇଟି ଟିମ ଗଠନ ହୋଇ ଖୋଜାଖୋଜି ଆରମ୍ଭ ହେଲା ସେମାନେ ଦିଲ୍ଲୀରେ ଥିବା ଜଣାପଡ଼ିଥିଲା । ଯେତେବେଳେ ଟିମ୍ ସେମାନଙ୍କ ପାଖରେ ପହଞ୍ଚିଥିଲା ସେମାନଙ୍କ ମଧ୍ୟରୁ ୨ ଜଣ ପୁଅଙ୍କ ଭଳି ଦିଶୁଥିଲେ ।
୨ ଯୋଡ଼ି ମଧ୍ୟରେ ପ୍ରେମ ହୋଇଥିଲା । ସେମାନେ ସ୍କୁଲରୁ ହିଁ ସାଥୀ ହୋଇ ରହିବା ପାଇଁ କଥା ହୋଇଥିଲେ । ସେମାନେ ଏକାଠି ରହିବା ନେଇ ଚିନ୍ତା କରିଥିଲେ ପରିବାର ଲୋକଙ୍କ ଭୟରେ ସେମାନେ ଘର ଛାଡ଼ି ପଳାଇ ଆସିଥିବା ଜଣାପଡ଼ିଛି । ତେବେ ସେମାନଙ୍କ ବୟାନ କୋର୍ଟରେ ରେକର୍ଡ କରାଯିବ । ପରିବାର ଲୋକଙ୍କୁ ସେମାନଙ୍କ ସୁରକ୍ଷା ଦେବାକୁ ମଧ୍ୟ କୁହାଯାଇଛି । ପରିବାର ଲୋକଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଯ୍ନ ନେବାକୁ କୁହାଯାଇଛି । ଯଦି କିଛି ଭୁଲ୍ ହୁଏ କିମ୍ବା ଘର ଛାଡ଼ି ପଳାନ୍ତି ତାହେଲେ ପରିବାର ଲୋକେ ପରିଣାମ ଭୋଗିବେ ବୋଲି ତାଗିଦ୍ କରାଯାଇଛି ।