ବିହାର ଲୋକଙ୍କୁ ବିଜୁଳି ବିଲ୍ରେ ଝଟକା ! ୨୪.୧୦% ବୃଦ୍ଧି ନେଇ ହେଲା ନିଷ୍ପତ୍ତି

ପାଟନା,୨୩।୩: ବିହାରର ବିଜୁଳି ଉପଭୋକ୍ତାଙ୍କୁ ଲାଗିଛି ବଡ ଝଟକା। ବିହାର ବିଦ୍ୟୁତ ବିନିୟାମକ ଆୟୋଗ ବିଜୁଳି ଦରର ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟରେ ବିଜୁଳି ଶୁକ୍ଲରେ ୨୪.୧୦ ପ୍ରତିଶତ ବୃଦ୍ଧି ହୋଇଛି। ସରକାରଙ୍କ ଦ୍ବାରା ଦିଆଯାଇଥିବା ସବସିଡିର ଆଧାରରେ ଏବେ ପ୍ରତି ୟୁନିଟ ବିଜୁଳି ଦର ଧାର୍ଯ୍ୟ କରାଯିବ। ବିଜୁଳି କମ୍ପାନୀ ୪୦ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ଦର ବୃଦ୍ଧି ଓ ଏହା ସହିତ ଫିକ୍ସଡ ଚାର୍ଜ ମଧ୍ୟ ଦୁଇଗୁଣାରୁ ଅଧିକ କରିବାର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ କମ୍ପାନୀମାନେ ବିଜୁଳି ଯୋଗାଣ ଖର୍ଚ୍ଚରେ ହୋଇଥିବା ବୃଦ୍ଧିର ଆଧାର କରି ଦେଇଥିଲା। ତେବେ ବିଦ୍ୟୁତ ନିୟାମକ ଆୟୋଗ କମ୍ପାନୀର ପ୍ରସ୍ତାବକୁ ମାନି ନାହିଁ। ତଥାପି ଏହାପରେ ମଧ୍ୟ ବିହାରର ଜନତାଙ୍କୁ ଏବେ ବିଜୁଳି ବିଲ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡିବ।
ବିହାର ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଶିଶିର କୁମାର ସିଂହ ଗୁରୁବାର କହିଛନ୍ତି, ପ୍ରତି ୟୁନିଟ୍ ବିଜୁଳି ଦରରେ ବୃଦ୍ଧି ସହ ଇଲେକ୍ଟ୍ରିବିଲ୍ ଫିକ୍ସଡ ଚାର୍ଜରେ ମଧ୍ୟ ବୃଦ୍ଧି ହୋଇଛି। ସିଂହ କହିଛନ୍ତି, ଫିକ୍ସଡ ଚାର୍ଜରେ ଦୁଇଗୁଣାରୁ ଅଧିକ ବୃଦ୍ଧି ହୋଇଛି। ଏହା ସହିତ ବିଜୁଳି ଦରର ସ୍ଲାବକୁ ତିନିରୁ କମ୍ କରି ଏବେ ଦୁଇ କରିଦିଆଯାଇଛି।

ବିହାରରେ ଏକେ ଗ୍ରାମୀଣ ଅଞ୍ଚଳର ଘରୋଇ ଉପଭୋକ୍ତାଙ୍କୁ ୫୦ ୟୁପିଟ୍ ବିଜୁଳି ଖର୍ଚ୍ଚ ପାଇଁ ୬.୧୦ ଟଙ୍କା ପ୍ରତି ୟୁନିଟ୍ ଦେବାକୁ ପଡିଥାଏ। ସେଭଳି ଏହାଠାରୁ ଅଧିକ ଖର୍ଚ୍ଚ ହେବେ ୬.୪୦ ଟଙ୍କା ପ୍ରତି ୟୁନିଟ୍ ଦେବାକୁ ପଡିବ। ସେଭଳି ଅଧିକ ଖର୍ଚ୍ଚ ହେଲେ ୬.୪୦ ଟଙ୍କା ପ୍ରତି ୟୁନିଟ୍ ଦେବାକୁ ହେବ। ସହରୀ ଅଞ୍ଚଳରେ ୧୦୦ ୟୁନିଟ୍ ଖର୍ଚ୍ଚ ହେଲେ ୬.୧୦ ଟଙ୍କା ପ୍ରତି ୟୁନିଟ୍ ଚାର୍ଜ ରହିଛି, ସେଭଳି ଅଧିକ ବିଲ୍ ଆସିଲେ ୬.୯୫ ଟଙ୍କା ପ୍ରତି ୟୁନିଟ୍ ଦରରେ ଦେବାକୁ ପଡିଥାଏ। ତେବେ ବିଜୁଳି ଦରରେ ବୃଦ୍ଧି ପରେ ଏବେ ଉପଭୋକ୍ତାଙ୍କୁ କେତେ ଟଙ୍କା ପ୍ରତି ୟୁନିଟ୍ ଦେବାକୁ ହେବ, ଏହାର ସୂଚନା ନାହିଁ, କାରଣ ଏବେ ସରକାର ଏହା ଉପରେ ସବସିଡି ଘୋଷଣା କରିବେ ।