ପାଟନା,୧୯/୧୧; ବିହାରର ଲୋକମାନେ ପୁଣି ଥରେ ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ଉପରେ ସେମାନଙ୍କର ବିଶ୍ୱାସ ପ୍ରକଟ କରିଛନ୍ତି । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ । ୯ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଏଥରେ ସେ ୧୦ମ ଥର ପାଇଁ ରାଜ୍ୟର ମୁଖିଆ ହେବେ । ୨୦୦୦ ମସିହାରେ ପ୍ରଥମେ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଜାଣନ୍ତୁ କେବେ କେବେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର ।

.ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ୯ ଥର କାର୍ଯ୍ୟ କରିଛନ୍ତି । ଯେଉଁଥିରେ ୨୦୦୦ ମସିହାରେ ୭ ଦିନର ଏକ ସଂକ୍ଷିପ୍ତ କାର୍ଯ୍ୟକାଳ ଅନ୍ତର୍ଭୁକ୍ତ ରହିଛି । ଯାହା ବହୁମତ ଅଭାବରୁ ଶେଷ ହୋଇଥିଲା । ନୀତିଶ କୁମାର ପ୍ରାୟ ୨୦ ବର୍ଷ ଧରି ବିହାରର ସବୁଠାରୁ ଦୀର୍ଘ ସମୟ ଧରି ଥିବା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

. ବିଜେପି ସହିତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲେ । ନଭେମ୍ବର ୨୪, ୨୦୦୫ ରେ କ୍ଷମତା ଗ୍ରହଣ କରିଥିଲେ । ନଭେମ୍ବର ୨୬, ୨୦୧୦ରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ମଧ୍ୟ ସେ ବିଜେପି ସହିତ ସରକାର ଗଠନ କରିଥିଲେ । ଜେଡିୟୁ ନେତା ନୀତୀଶ କୁମାର ୨୦୧୫ ଫେବୃଆରୀ ୨୨ରେ ପାଟନାର ଗାନ୍ଧୀ ମଇଦାନରେ ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଜେଡିୟୁ ନେତା ନୀତୀଶ କୁମାର ୨୦୧୫ ନଭେମ୍ବର ୨୦ର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ବିଜେପି ସହ ମିଶି ଷଷ୍ଠ ଥର ୨୦୧୭ ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

.ସପ୍ତମ ଥର ନଭେମ୍ବର ୧୬ ତାରିଖ ୨୦୨୦ରେ ବିଜେପି ସହିତ ମିଶି ସରକାର ଗଢିଥିଲେ । ସେହିପରି ଅଷ୍ଟମ ଥର ଆରଜେଡି ସହ ମିଶି ୨୦୨୨, ଅଗଷ୍ଟ ୧୦ରେ ସରକାର ଗଢିଥିଲେ । ନବମ ଥର ପୁଣି ବିଜେପି ସହ ମିଶି ୨୦୨୪ ଜାରୁଆରୀ ୨୮ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦଶମ ଥର ଏନଡିଏ ସହ ମିଶି ନଭେମ୍ବର ୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।