ନୂଆଦିଲ୍ଲୀ,୧୫/୧୦ : ଆଲିୟା ଭଟ୍ଟଙ୍କ ଫିଲ୍ମ ‘ଜିଗରା’ ଶୁକ୍ରବାର ଥିଏଟରରେ ରିଲିଜ ହୋଇଛି । କିନ୍ତୁ ରିଲିଜ ପୂର୍ବରୁ ଫିଲ୍ମ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି । ‘ଜିଗରା’କୁ ମିକ୍ସ ରିଭ୍ୟୁ ମିଳିଥିଲା ଏବଂ ଏହା ବକ୍ସ ଅଫିସରେ ଦମଦାର୍ କଲେକ୍ସନ କରିବାରେ ସଫଳ ହୋଇପାରିନାହିଁ । ଏବେ ମଣିପୁର ବେଷ୍ଡ ଅଭିନେତା ବିଜୋଉ ଥାଂଗଜମ ଫିଲ୍ମର ମେକର୍ସଙ୍କ ଉପରେ ‘ଅନପ୍ରୋଫେଶନାଲ କାର୍ଯ୍ୟକଳାପ’ର ଅଭିଯୋଗ ଲଗାଇଛନ୍ତି । 

ବିଜୋଉ ସୋଶିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି, ତାଙ୍କୁ ଫିଲ୍ମରେ ଏକ ଅଭିନୟର ପ୍ରତିଶ୍ରୁତି ଦେଇ ଷ୍ଟାଣ୍ଡବାୟରେ ରହିବାକୁ କୁହାଯାଇଥିଲା । ଏହି ଚକ୍କରରେ ସେ ଦ୍ବିତୀୟ ପ୍ରୋଜେକ୍ଟ ବି ଛାଡ଼ି ଦେଇଥିଲେ ଏବଂ ଶେଷରେ ସେ ‘ଜିଗରା’ରେ ବି କାମ କରିପାରିନଥିଲେ । 

ସେ ଆହୁରି ମଧ୍ୟ ଲେଖିଛନ୍ତି କି, ‘ଜିଗରା’ଉପରେ ପ୍ରଥମରୁ ଚାଲୁଥିବା ବିବାଦରେ ସାମିଲ ହେବା ଲାଗି କିମ୍ବା କୌଣସି ଏଜେଣ୍ଡା ଲାଗି ଲେଖୁନାହିଁ । ନିଜ ପୋଷ୍ଟ ଜରିଆରେ ଏହା ଦେଖାଇବାକୁ ଚାହୁଁଛି କି ‘ବଡ଼ ପ୍ରଡକ୍ସନ ହାଉସ ସବୁବେଳେ ନର୍ଥ- ଇଷ୍ଟର ଅଭିନେତାଙ୍କୁ କେଉଁଭଳି ଭାବେ ଟ୍ରିଟ କରାଯାଉଛି ।