PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିଜୁ ଯୁବ ବାହିନୀର ସିଙ୍ଗାପୁର ଗସ୍ତ

ଭୁବନେଶ୍ୱର,୨୫ ।୨(ବ୍ୟୁରୋ): ବିଜୁ ଯୁବ ବାହିନୀର ୮୮ଜଣ ଯୁବ ସ୍ୱେଚ୍ଛାସେବୀ ଆସନ୍ତାକାଲି ସିଙ୍ଗାପୁର ଗସ୍ତରେ ଯିବେ । ସେଠାରେ ସେମାନେ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ରହିବେ । ସିଙ୍ଗାପୁରରେ ରହଣୀ ସମୟରେ ଯୁବ ବାହିନୀର ସଦସ୍ୟମାନେ ସେଠାକାର କଳା, ସଂସ୍କୃତି, କ୍ରୀଡ଼ା, ମନୋରଞ୍ଜନସ୍ଥଳୀ, ଶିଳ୍ପ ପ୍ରତିଷ୍ଠାନ ଓ ପର୍ଯ୍ୟଟନୀସ୍ଥଳୀ ପରିଦର୍ଶନ କରି ଯୁବଗୋଷ୍ଠୀ ସହ ଭାବ ବିନିମୟ କରିବେ । ସୋମବାର ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ବିଜୁ ଯୁବ ବାହିନୀର ଏହି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଯୁବ ବାହିନୀ ସଦସ୍ୟମାନେ ସାକ୍ଷାତ କରିବାବେଳେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମଧ୍ୟ ଉପସ୍ଥିତ ଥିଲେ । ବିଦେଶ ଗସ୍ତରେ ଯାଉଥିବା ଯୁବ ବାହିନୀ ସ୍ୱେଚ୍ଛାସେବୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।