ବିଜୁ ଯୁବ ବାହିନୀ ଆଂଚଳିକ ସମାବେଶ, ସମ୍ବଲପୁର ପାଇଁ ୮୮ କୋଟିର ନୂଆ ପ୍ରକଳ୍ପ

ଭୁବନେଶ୍ୱର,୨/୨: ରାଜ୍ୟ ଯୁବ କଲ୍ୟାଣ ପରିଷଦ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ସମ୍ବଲପୁରରେ ବିଜୁ ଯୁବ ବାହିନୀର ଆଂଚଳିକ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ସମ୍ବଲପୁର ପାଇଁ ୫ଟି ପ୍ରକଳ୍ପ ଘୋଷଣା ମଧ୍ୟ କରିଛନ୍ତି । ଏଥିରେ ମାଲତୀଯୋର ୨୦ କୋଟି ବ୍ୟୟଅଟକଳରେ ସେତୁ ନିର୍ମାଣ, ବାଲିବନ୍ଧାରେ ୧୦ କୋଟିରେ ସେତୁ ନିର୍ମାଣ, ୧୫ କୋଟି ବ୍ୟୟ ଅଟକଳରେ ଦୁର୍ଗାପାଲିରୁ ଜାତୀୟରାଜପଥ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ, ଜିଲ୍ଲା ସ୍କୁଲ ଛକରୁ ନକ୍ସାପାଲି ପର୍ଯ୍ୟନ୍ତ ୪୦ କୋଟି ବ୍ୟୟ ଅଟକଳରେ ଚାରିଥାକିଆ ରାସ୍ତା ନିର୍ମାଶ ଏବଂ ଭିଏସଏସ୍ ଷ୍ଟାଡ଼ିୟମରେ ଭିତିଭୂମି ବିକାଶ ପାଇଁ ୩ କୋଟି ଟଙ୍କାର ବ୍ୟୟ ଅଟକଳ ଘୋଷାଣ କରାଯାଇଛି । ଏଥିସହ ଆଜି ବହୁ ପ୍ରତୀକ୍ଷିତ ମହାନଦୀର ଦିତ୍ୱୀୟ ସେତୁ ଏବଂ ଅଯୋଧ୍ୟା ସରୋବାର ରିଭରଫ୍ରଂଟ ଭ୍ୟୁ ପ୍ରକଳ୍ପର ଲୋକାର୍ପଣ ସହ ଅନ୍ୟାନ୍ୟ ପ୍ରାୟ ୩୩୮ କୋଟଇର ୧୪ଟି ପ୍ରକଳ୍ପର ଶିଳାନ୍ୟାସ, ୧୦୦ କୋଟିର ୧୯ଟି ପ୍ରକଳ୍ପର ଶିଳାନ୍ୟାସ, ୧୦୦ କୋଟିର ୧୯ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଆସି ସମ୍ବଲପୁର ଉପକଣ୍ଠସ୍ଥ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଂଚିବା ପରେ ସେଠାରୁ ହେଲିକପ୍ଟରରେ ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ । ମନ୍ଦଲିଆରୁ କାର୍ରେ ଆସି ବାଟରେ ମହାନଦୀ ଅଯୋଧ୍ୟା ସରୋବରରେ ରିଭରପ୍ରଂଟ ଭ୍ୟୁ ଓ ନେଲସନ୍ ମାଣ୍ଡୋଲା ଛକରେ ମହାନୀରେ ନବନିର୍ମିତ ଦିତ୍ୱୀୟ ସେତୁର ଲୋକାର୍ପଣ କରିଥିଲେ । ତାପରେ ଷ୍ଟାଡ଼ିୟମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ପର୍ବ ସାରିବା ପରେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇଥିଲେ । ଯୁବ ସମାବେଶ ରେ ବିଭିନ୍ନ ୫ଟି ଯୋଜନାରେ ୫ଜଣ ହିତାଧିକାରୀଙ୍କୂ ଆର୍ଥିକ ସହାୟତା ପ୍ରଦାନ ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ତୃତ୍ରିମ ଅଙ୍ଗ ପ୍ରଦାନ କରିବା ସହ ଭିଲସଏସ୍ ଷ୍ଟାଡ଼ିୟମ ଭିତିଭୁମି ଉନ୍ନତି ପାଇଁ ଆଜି ପ୍ରଥମ ପର୍ଯ୍ୟନ୍ତରେ ୨ କୋଟି ଟଙ୍କାର ଚେକ୍ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିଥିଲେ । ଏ ଅବସରରେ ଯୁବ ସମାଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୂର୍ବରୁ ରେକର୍ଡିଂ ହୋଇଥିବା ବାର୍ତା ମଂଚରେ ଶୁଣାଯାଇଥିଲା । ମୁଖ୍ୟମନ୍ତ୍ରୀ ମହାନଦୀ ସେତୁର ଲୋକାର୍ପଣ ଏବଂ ସମ୍ବଲପୁର ପାଇଁ ୮୮ କୋଟିର ବିଭିନ୍ନ ପ୍ରକଳ୍ପକୁ ଘୋଷଣା କରିଥିଲେ । ଶିଳାନ୍ୟାସ ଏବଂ ଲୋକାର୍ପଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ବିଧାୟକ ଡା. ରାସେଶ୍ୱରୀ ପାଣିଗ୍ରାହୀ. ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ଝାରସୁଗୁଡ଼ା ବିଧାୟକ ନବ ଦାସ, ପୁର୍ତି ବିଭାଗ ସଚିବ ନଳିନୀ ପ୍ରଧାନ, ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଯୁବ କଲ୍ୟାଣ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ଅରୁପ ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠିତ ଯୁବ ସମାବେଶରେ ବିଭିିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏହା ସହ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।