PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର ୧୬/୦୮: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖୁଣ୍ଟାପଡ଼ା ଗାଁରେ ନିଟକ ଜଙ୍ଗଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ଏକ ବାଇକ୍ ଭାରସାମ୍ୟ ହରାଇ ଗଛରେ ପିଟିହୋଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ନାମ ରବି ବୋଲି ଜଣାପଡିଛି । ଆହତ ବ୍ୟକ୍ତି ଜଣକ ରାଜୁ ବୋଲି ଜଣାପଡିଛି। ଉଭୟ ଝୁମ୍ପୁରା ବ୍ଲକ ଉଖୁଣ୍ଡା ପଞ୍ଚାୟତ କାଶିପୁର ଗାଁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଆଜି କାଶୀପୁର ଗାଁର ରାଜୁ ଓ ରବି (ଓଡି-୦୯- ଏନ୍- ୫୮୬୪) ବାଇକ ଯୋଗେ ଆସୁଥିଲେ। କିନ୍ତୁ ବାଇକ୍‌ ଆସୁଥିବା ସମୟରେ ହଠାତ୍‌ ଝୁମ୍ପୁରା ଥାନା ଖୁଣ୍ଟପଡ଼ା ଗାଁ ଜଙ୍ଗଲ ରାସ୍ତା ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଯାଇଥିଲେ। ଗଛରେ ଧକ୍କା ହେବା ପରେ ଉଭୟ ଅଚେତ ଅବସ୍ଥାରେ ପଡିରହିଥିଲେ । ତେବେ ଦୁର୍ଘଟଣା ହେବାର ଦେଖି ଗାଁ ଲୋକେ ତୁରନ୍ତୁ ୧୦୮ଆମ୍ବୁଲାନ୍ସ ଯୋଗେ ଉଭୟଙ୍କ ନିକଟସ୍ଥ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ଦୁଇଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥ ସଙ୍କଟାପନ୍ନ ଥିବାରୁ , ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଦୁର୍ଘଟଣର ଖବର ପାଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି। ଦୁର୍ଘଟଣାରେ ମୃତ ବ୍ୟକ୍ତି ଓ ଆହତ ବ୍ୟକ୍ତି ଝୁମ୍ପୁରା ବ୍ଲକ୍ ଉଖୁଣ୍ଡା ପଞ୍ଚାୟତ କାଶିପୁର ଗାଁର ରବି ଓ ରାଜୁ ବୋଲି ଜଣପଡିଛି ।