ଆସିକା, ୧୩/୨ : ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଚାଲିଗଲା ୨ ଜୀବନ । ଆସିକା ଡୋକିନଡ଼ା ଡିପଲ ସ୍କୁଲ ଆଗରେ ଘଟିଛି ଏହି ଦୁର୍ଘଟଣା । ଗାଡ଼ି ଚାଳକମାନେ ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ତେବେ ହେଲମେଣ୍ଟ ପିନ୍ଧି ନଥିବାରୁ ଜୀବନ ଚାଲିଯାଇଛି । ସ୍ଥାନୀୟ ଲୋକେ ପ୍ରଥମେ ଖବର ଦେବା ପରେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଶେଷ ଖବର ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।
ଏହାସହ ପଢ଼ନ୍ତୁ : ଦୃର୍ବୁତ୍ତଙ୍କ ଆକ୍ରମଣରେ ଚିତ୍ରକୋଣ୍ଡା ବ୍ଲକ ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଆହତ