ମାଲକାନଗିରି,୧୩/୨ : କିଛି ଦୃର୍ବୁତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଚିତ୍ରକୋଣ୍ଡା ବ୍ଲକ ବିଜେପିର ପୂର୍ବତନ ମଣ୍ଡଳ ସଭାପତି ହେମନ୍ତ ଶଗଡ଼ିଆ । ଚିତ୍ରକୋଣ୍ଡାର ପୂର୍ବତନ ସରପଞ୍ଚଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ହେମନ୍ତଙ୍କ ସହ ତାଙ୍କ ସାଙ୍ଗ ଶ୍ମଶାନକୁ ଯାଇଥିଲେ । ମଶାଣିରୁ ଫେରିବା ସମୟରେ ଚିତ୍ରକୋଣ୍ଡାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିଲେ । ସେହି ସମୟରେ କିଛି ଅଜଣା ବ୍ୟକ୍ତି ଆସି ପ୍ରଥମେ ଯୁକ୍ତି ତର୍କ କରିଥିଲେ । ପ୍ରଥମେ କଥା କଟାକଟି ହୋଇଥିଲା । ପରେ ପରେ ସେହି ଦୁଇ ଅଜଣା ବ୍ୟକ୍ତି ସେଠାରେ ପହଞ୍ଚି ହଠାତ ଏକ ଧାରୁଆ ଅସ୍ତ୍ରରେ ହେମନ୍ତଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ହେମନ୍ତ ଆହତ ହୋଇଥିବା ସହ ତାଙ୍କ ସାଙ୍ଗ ଏହାକୁ ରୋକିବାକୁ ଯାଇ ସେ ମଧ୍ୟ ଆହତ ହୋଇଛନ୍ତି । ତେବେ ଏ ସମ୍ବନ୍ଧରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଆହତ ଦୁଇ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଏହାସହ ପମନ୍ତୁ : ସ୍କୁଲରେ ପଶିଲେ ଅଜଣା ଯୁବକ, ଭଙ୍ଗା ବୋତଲ ଧରି ପିଲାଙ୍କୁ ଗୋଡ଼ାଇଲା..