ଭୁବନେଶ୍ୱର,୨୫ା୩(ବ୍ୟୁରୋ): ଓଏଲ୍ଏକ୍ସରେ ବିଜ୍ଞାପନ ଦେଖିଲେ । ଯୋଗାଯୋଗ ହେଲା । ତେବେ ଟ୍ରାଏଲ୍ କରିବା ବାହାନାରେ ବାଇକ୍ ଲୁଟେିନଲେ । ହେଲେ ପରେ ଟଙ୍କା ବଦଳରେ ବାଇକ୍ ଫେରାଇବାକୁ କହି ଫସିଛନ୍ତି ଦୁଇ ଲୁଟେରା । ଟଙ୍କା ନେଇ ବାଇକ୍ ଫେରାଇବାକୁ ଆସଥିବିା ବେଳେ ଦୁଇ ଲୁଟେରାଙ୍କୁ ମାଡ଼ି ବସି କାବୁ କରିଛନ୍ତି ନିଜେ ଗାଡ଼ି ମାଲିକ । ଆଜି ଏମିତି ଘଟଣା ଘଟିଛି ମାଷ୍ଟରକ୍ୟାଣ୍ଟିନ ଛକରେ । ଅଭିଯୋଗକ୍ରମେ ମଞ୍ଚେଶ୍ୱର ଥାନା ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲଣ କରାଯିବ ।
ଘଟଣାଟି ଏମିତି, ସୋନପୁର ଜିଲ୍ଲାର ରଜତ ପାତ୍ର ସିଆର୍ପି ଛକରେ ରହୁଛନ୍ତି । ୬ ମାସ ତଳେ ସେ ଅଢ଼େଇ ଲକ୍ଷ ଟଙ୍କାରେ ଏକ ନୂଆ ବାଇକ୍(ଓଡି୩୩ ୟୁ ୦୬୧୪) କିଣିଥିଲେ । ଉକ୍ତ ବାଇକ୍କୁ ବିକିବା ଉଦ୍ଦେଶ୍ୟରେ ଓଏଲ୍ଏକ୍ସରେ ମାସେ ତଳେ ଏକ ବିଜ୍ଞାପନ ଦେଇଥିଲେ । ୧ଲକ୍ଷ ୪୦ ହଜାର ଟଙ୍କା ବାଇକ୍ର ଦାମ ରଖଥିେିଲେ । ଦୁଇ ଲୁଟେରା ପୁରୀ ଅଞ୍ଚଳର ବୋଲି ପରିଚୟ ଦେଇ ତାଙ୍କୁ ଫୋନ୍ରେ ଯୋଗାଯୋଗ କରିଥିଲେ । ବାଇକ୍ ଦେଖିବା ପାଇଁ ୨୧ ତାରିଖରେ ତାଙ୍କୁ ଡମଣା ଛକ କେଳୁଚରଣ ପାର୍କ ନିକଟକୁ ଡାକିଥିଲେ । ରଜତ ବାଇକ୍ ନେଇ ସନ୍ଧ୍ୟା ସାଢ଼େ ୭ଟାରେ ଯାଇଥିଲେ । ଟ୍ରାଏଲ କରିବା ବାହାନାରେ ଜଣେ ଲୁଟେରା ଗାଡ଼ି ଚଳାଇଥିଲା । ଅନ୍ୟ ଜଣଙ୍କ ସହ ରଜତ ବାଇକ୍ ପଛରେ ବସିଥିଲେ । ପରେ ଦୁଇ ଲୁଟେରା ରଜତଙ୍କୁ ଠେଲି ତଳେ ପକାଇଦେଇ ବାଇକ୍ ନେଇ ପଳାଇଥିଲେ । ଏନେଇ ରଜତ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।
ତେବେ ରବିବାର ଲୁଟେରାମାନେ ରଜତଙ୍କୁ ଫୋନ୍ କରିଥିଲେ । ୧୦ ହଜାର ଟଙ୍କା ଦେଲେ, ବାଇକ୍ ଫେରାଇ ଦେବୁ ବୋଲି କହିଥିଲେ । ଟଙ୍କା ନେଇ ମାଷ୍ଟରକ୍ୟାଣ୍ଟିନ ଛକକୁ ଆସିବା ପାଇଁ କହିଥିଲେ । ରଜତ ତାଙ୍କ କଥା ମୁତାବକ ଆଜି ସକାଳ ସାଢ଼େ ୧୦ଟା ବେଳେ ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିଥିଲେ । ଅନ୍ୟ ଏକ ବାଇକ୍ରେ ରଜତଙ୍କୁ ମଝିରେ ବସାଇ ଦୁଇ ଲୁଟେରା ଲୁଟ୍ ବାଇକ୍ ପାଖକୁ ନେଉଥିଲେ । ସୁଯୋଗ ଦେଖି ରଜତ ବାଇକ୍ ଚଳାଉଥିବା ଲୁଟେରାଙ୍କୁ ବେକକୁ ତଣ୍ଟିଆ ମାରିଥିଲେ । ଲୁଟେରା ଜଣକ ଭାରସାମ୍ୟ ହରାଇ ବାଇକ୍ ସହିତ ପଡ଼ି ଯାଇଥିଲେ । ରଜତ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଲୁଟେରାଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି ।