ନୂଆଦିଲ୍ଲୀ,୨୫।୨:  ବିଶ୍ବର ପ୍ରସିଦ୍ଧ ଉଦ୍ୟୋଗତି ଓ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଗେଟ୍ସ ଏପଷ୍ଟିନ୍ ଫାଇଲ ବିବାଦ ନେଇ ପୁଣି ଚର୍ଚ୍ଚାରେ ଆସିଛନ୍ତି। ଏହି ମାମଲାରେ ଏବେ ବିଲ୍ ଗେଟ୍ସ ଏବେ କ୍ଷମା ମାଗିଛନ୍ତି। ସେ ଗେଟ୍ସ ଫାଉଣ୍ଡେସନ୍ କର୍ମଚାରୀମାନଙ୍କୁ ସାର୍ବଜନୀନ ଭାବରେ କ୍ଷମା ମାଗଛନ୍ତି। ଏପଷ୍ଟିନ୍ ସହ ଜଡିତ ନୂତନ ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପରେ ସେ କ୍ଷମା ମାଗନ୍ତି। ଫାଉଣ୍ଡେସନ୍ ମୁଖପାତ୍ରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ, ଗେଟ୍ସ ନିକଟରେ ଟାଉନ୍ ହଲ୍ ବୈଠକରେ ଏପଷ୍ଟିନ୍‌ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହା ସହ ନିଜର ଭୁଲକୁ ମଧ୍ୟ ସ୍ୱୀକାର କରି କ୍ଷମା ମାଗିଛନ୍ତି।

ଟାଉନ ହଲରେ, ବିଲ୍ ଗେଟ୍ସ ଦୁଇଜଣ ରୁଷୀୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ସ୍ୱୀକାର କରିଥିଲେ, ଯେପରି ଏପଷ୍ଟିନ୍ ଫାଇଲରେ ଉଲ୍ଲେଖ କରାଯାଇଛି, ଏହା ସହ ସ୍ପଷ୍ଟ କରିଥିଲେ ଯେ ସେମାନେ ଏପଷ୍ଟିନ୍ ପୀଡିତା ନୁହେଁ। ସେ କହିଛନ୍ତି,ଏପଷ୍ଟିନଙ୍କ ସହ ସମୟ ବିତାଇବା ଓ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀ ତାଙ୍କ ସହ ମିଶିବା ଏକ ବଡ଼ ଭୁଲ ଥିଲା। ଏହି ନିଷ୍ପତ୍ତି କାରଣରୁ ସଂସ୍ଥାର ଲୋକଙ୍କୁ ଅପମାନିତ ହେବାକୁ ପଡିଛି। ଏଥିପାଇଁ ସେ ଦାୟୀ। ମିଡିଆ ରିପୋର୍ଟରେ ଏପଷ୍ଟିନଙ୍କ ସହ ତାଙ୍କର ଆଲୋଚନାର ଡିଟେଲ୍ସ ସାମନାକୁ ଆସିବା ପରେ ନୂଆ ଯାଞ୍ଚ ପରେ କରାଯାଇଥିଲା। ଏହି ମିଡିଆ ରିପୋର୍ଟ ପରେ ପ୍ରଥମ ଥର ପାଇଁ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ନିଜର ଭୁଲ ସ୍ୱୀକାର କରିଛନ୍ତି।

ଆମେରିକାର ନ୍ୟାୟ ବିଭାଗ ଗେଟ୍ସ ଏବଂ ଏପଷ୍ଟିନ୍‌ଙ୍କ ମଧ୍ୟରେ ହୋଇଥିବା ଅନେକ ବୈଠକର ଫଟୋଗ୍ରାଫ ପ୍ରକାଶ କରିବା ପରଠାରୁ ଗେଟ୍ସ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଦଲିଲରେ ମହିଳାଙ୍କ ସହ ପୋଜ୍ ଦେଉଥିବାର ଫଟୋ ଅନ୍ତର୍ଭୁକ୍ତ ଥିଲା, ପରିଚୟ ଲୁଚାଇବା ପାଇଁ ମହିଳାଙ୍କ ମୁହଁ ଦେଖାଯାଇନଥିଲ। ବିଲ୍ ଗେଟ୍ସ ଭୁଲ ମାଗିବା ସହ କହିଛନ୍ତି,ମୁଁ କୌଣସି ବେଆଇନ୍ କାର୍ଯ୍ୟ କରିନି କିମ୍ବା ଏଭଳି କିଛି ଦେଖିଛି।’

ଆହୁରି ପଢନ୍ତୁ :ସ୍କାଉଟିଂରୁ ମସାଜ ଯାଏ... ଯୁବତୀଙ୍କୁ ଏହି ଉପାୟରେ ଆକର୍ଷିତ କରୁଥିଲେ ଏପଷ୍ଟିନ ; ବିସ୍ତୃତରେ ଜାଣନ୍ତୁ