ନୂଆଦିଲ୍ଲୀ : ଏପଷ୍ଟିନ୍ ଫାଇଲ୍ସ ପ୍ରକାଶ ହେବା ପରେ ହିଁ ସାରା ଦୁନିଆରେ ଆତଙ୍କ ଖେଳି ଯାଇଛି। ଆମେରିକୀୟ ନ୍ୟାୟ ବିଭାଗ (DoJ) ନିକଟରେ ଏପଷ୍ଟିନ୍ ଫାଇଲ୍ସ ଟ୍ରାନ୍ସପେରନ୍ସି ଆକ୍ଟ ଅନୁସାରେ ୩୫ ଲକ୍ଷରୁ ଅଧିକ ପୃଷ୍ଠାର କାଗଜପତ୍ର, ଇମେଲ , ପୁଲିସ ରିପୋର୍ଟ୍ସ ,ଫଟୋ ଓ ଭିଡ଼ିଓ ଜାରି କରିଛି,ଯେଉଁଥିରେ ଜେଫରୀ ଏପଷ୍ଟିନ ଓ ଘିସଲେନ ମ୍ୟାକ୍ସୱେଲଙ୍କ ଶୋଷଣ ନେଟୱାର୍କର ଅନେକ ଆଶ୍ଚର୍ଯ୍ୟକର ରହସ୍ୟ ସାମ୍ନାକୁ ଆସିଛି। ଏହି ଫାଇଲ କେବଳ ଆମେରିକା ନୁହେଁ ବରଂ ୟୁରୋପ ଓ ଅନ୍ୟ ଦେଶ ଗୁଡ଼ିକର ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ ତଦନ୍ତ ଘେରକୁ ଆଣିଛି। ପ୍ରଶ୍ନ ଏହା ଯେ, ଏପଷ୍ଟିନ ହଜାର ହଜାର ଝିଅଙ୍କୁ କେମିତି ନିଜର ଯୌନ ଶୋଷଣର ଜାଲରେ ଫସାଉ ଥିଲେ ?
ଦ ଟାଇମ୍ସର ଏକ ରିପୋର୍ଟ ଅନୁସାରେ , ଏସବୁ ମିଶିଗନର ଏକ ସମର ଆର୍ଟ ଶିବିରରେ ଆରମ୍ଭ ହୋଇ ଥିଲା, ଯେଉଁଠି ୧୪ ବର୍ଷ ବୟସର ଝିଅ ( ଯାହାଙ୍କୁ ଫାଇଲରେ ଜେନ୍ ନାମରେ ଜଣାଯାଏ) ଆଇସକ୍ରିମ୍ ଖାଇବାର ଘିସଲେନ ମ୍ୟାକ୍ସୱେଲଙ୍କ ସହ ଭେଟ ହୋଇ ଥିଲେ। ମ୍ୟାକ୍ସୱେଲ ନିଜର ୟାର୍କଶାୟର ଟେରିୟର କୁକୁରକୁ ବୁଲାଉ ଥିଲେ। କଥାବାର୍ତ୍ତା ଆରମ୍ଭରେ ସାଧାରଣ ଥିଲା, କିନ୍ତୁ ସେତେବେଳେ ୪୧ ବର୍ଷିୟ ଜେଫରୀ ଏପଷ୍ଟିନଙ୍କର ଏଣ୍ଟ୍ରି ହୁଏ। ସେ ନିଜ ପ୍ରଦତ୍ତ ଛାତ୍ରବୃତ୍ତି ଓ ନିଜ ନାଆଁରେ ତିଆରି ଲଜ ବିଷୟରେ କହିଥିଲେ।
ଏହାପରେ ଏପଷ୍ଟିନ ଫ୍ଲୋରିଡାର ପାମ ବିଚ୍ରେ ପହଞ୍ଚିଲେ ଏବଂ ଜେନଙ୍କ ମାଆଙ୍କୁ ପ୍ରଭାବିତ କରି ତାଙ୍କୁ ନିଜର ଆକର୍ଷଣୀୟ ବଙ୍ଗଳାକୁ ଡକାଇଲେ। ଏହି ସମୟରେ ସେ ଝିଅର ପ୍ରତିଭାକୁ ପ୍ରଶଂସା କରିଥିଲେ ଏବଂ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ , ଯେଉଁଥିରେ ଜେନ୍ ତାଙ୍କ ଜାଲରେ ଫସି ଗଲେ। ରିପୋର୍ଟ ଅନୁସାରେ , କିଛି ମାସରେ ଜେନ୍ ଏପଷ୍ଟିନଙ୍କୁ ଟଙ୍କା ବଦଳରେ ମସାଜ ଦେବାକୁ ଲାଗିଲେ,ଯାହା ସମୟାନୁସାରେ ଯୌନ ଶୋଷଣରେ ବଦଳି ଗଲା। ରିପୋର୍ଟ ଅନୁସାରେ , ସେ ପାଖାପାଖି ତିନି ବର୍ଷ ଯାଏ ଏହି ଜାଲରେ ଫସି ରହିଲେ।
ଏପଷ୍ଟିନ ୧୦୦୦ରୁ ଅଧିକ ମହିଳାଙ୍କୁ କରିଥିଲେ ଶୋଷଣ –
ଡିଓଜେ ( ଆମେରିକୀୟ ନ୍ୟାୟ ବିଭାଗ) ଅନୁସାରେ ଏପଷ୍ଟିନ ୧୦୦୦ରୁ ଅଧିକ ମହିଳାଙ୍କୁ ଯୌନ ଶୋଷଣ କରିଥିଲେ ,ଯେଉଁଥିରେ ଅଧିକାଂଶ ନାଁକୁ ଗୁପ୍ତ ରଖାଯାଇଛି। ରିପୋର୍ଟ ଅନୁସାରେ , ଏପଷ୍ଟିନଙ୍କ ଉପାୟ ସ୍ଥାନ ଓ ଲକ୍ଷ୍ୟ ହିସାବରେ ଅଲଗା ଅଲଗା ଥିଲା। ଫ୍ଲୋରିଡାରେ ସେ ଗରିବ ଅଞ୍ଚଳର ଝିଅମାନଙ୍କୁ ଟାର୍ଗେଟ୍ କରୁଥିଲେ ଏବଂ ତାଙ୍କୁ ପାମ୍ ବିଚ୍ ସ୍ଥିତ ତାଙ୍କ ଘରେ ମସାଜ ବଦଳରେ ଟଙ୍କା ଦେଉଥିଲେ। ନ୍ୟୁୟର୍କରେ ସେ ମହତ୍ତ୍ୱାକାଂକ୍ଷୀ ଯୁବତୀଙ୍କୁ ଛାତ୍ରବୃତ୍ତି , ପ୍ରଭାବଶାଳୀ ଲୋକଙ୍କୁ ସଂପର୍କ କରିବା ଏବଂ ମ୍ୟାନହଟ୍ଟନର ଟାଉନହାଉସରେ ପାର୍ଟିର ନିମନ୍ତ୍ରଣର ଲୋଭ ଦେଇ ଫସାଉ ଥିଲେ।
ଆହୁରି ମଧ୍ୟ ପଢନ୍ତୁ : ସର୍ଚ୍ଚ କରୁଥିଲେ ପର୍ଣ୍ଣ ସାଇଟ୍, ଭିଡ଼ିଓରେ ଗର୍ଲଫ୍ରେଣ୍ଡଙ୍କ ସହ ନିଜକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯୁବକ
ଟାଇମ୍ସର ରିପୋର୍ଟରେ ଦାବି କରାଯାଇଛି ଯେ, ନିଯୁକ୍ତି ପ୍ରକ୍ରିୟାରେ ଘିସଲେନ ମ୍ୟାକ୍ସୱେଲଙ୍କର ଖୁବ୍ ପ୍ରମୁଖ ଭୂମିକା ଥିଲା। ସାକ୍ଷ୍ୟ ମାନେ କହିଥିଲେ ଯେ, ସେ ସ୍କୁଲର ନିରୀକ୍ଷଣ କରୁଥିଲେ ଏବଂ ପରିବାରର ଆର୍ଥିକ ସ୍ଥିତି ପଚାରି ଦୁର୍ବଳତା ବିଷୟରେ ଜାଣିବାକୁ ଚେଷ୍ଟା କରୁ ଥିଲେ। ପ୍ରାରମ୍ଭରେ ପିଲାଙ୍କୁ ବାହାନା କରି ଫୁସୁଲାଇ କାମ ପିଲାଳିଆମି ଭାବେ କରାଯାଉଥିଲା,ଯେମିତି ସିନେମା ନେଇ ଯିବ , କ୍ରୟ କରିବା , ଉପହାର ଦେବା ଓ ଧ୍ୟାନ ଆକର୍ଷିତ କରିବା।
ସମୟ ସହ ଏପଷ୍ଟିନ ଓ ମ୍ୟାକ୍ସୱେଲ ଏହି ନେଟୱର୍କକୁ ଆହୁରି ଆନୁଷ୍ଠାନିକ ରୂପେ ଦେଲେ। ଇମେଲରେ ମସାଜ ପାଇଁ ବନ୍ଧୁ ଖୋଜିବା ଓ ଝିଅଙ୍କର ଚୟନ ରୂପ ରଙ୍ଗ , ବୟସ ତଥା ଆନୁମାନିକ ବୁଦ୍ଧିମତ୍ତା ଆଧାରରେ କରିବାର ଆଲୋଚନା ହୋଇଥିଲା।