ରାଜନଗର,୨୮୦୮: ଭିତରକନିକାରେ  ଆସନ୍ତା ୩୦ ତାରିଖରୁ ଦେଶୀୟ ପକ୍ଷୀ ଗଣନା  କରାଯିବ । ଗଣନା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧  ତାରିଖ ପର୍ଯ୍ୟନ୍ତ ଚାଲିବ । ଜାତୀୟ ଉଦ୍ୟାନରେ  ଥିବା ମଠଆଡିଆ ଓ ଜାତୀୟ ଉଦ୍ୟାନ ବାହାରେ  ବ୍ରାହ୍ମଣୀ ନଦୀରେ ଥିବା ଲକ୍ଷ୍ମୀପ୍ରସାଦ ଡିଆ,  ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା  କରାଯିବ । କନିକା ରେଞ୍ଜ୍‌ରେ ମଠଆଡିଆ,  ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆରେ  ବି ଗଣନା କରାଯିବ । 

ସେହିପରି ରାଜନଗର  ରେଞ୍ଜ୍‌ରେ ବାଲିଡିଆରେ ଗଣନା ହେବ । ୩ଟି  ଦଳ ଗଣନାରେ ସାମିଲ ହେବେ । ପ୍ରତି ଦଳରେ  ୭ ଜଣ ସାମିଲ ହେବେ । ଚଳିତ ବର୍ଷ ଅଧିକ  ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର  ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ।  ପକ୍ଷୀ ଗଣନା ସମୟରେ ଭିତରକନିକାକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି ।