ରାଜନଗର,୨୮୦୮: ଭିତରକନିକାରେ ଆସନ୍ତା ୩୦ ତାରିଖରୁ ଦେଶୀୟ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଜାତୀୟ ଉଦ୍ୟାନରେ ଥିବା ମଠଆଡିଆ ଓ ଜାତୀୟ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଦୀରେ ଥିବା ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ । କନିକା ରେଞ୍ଜ୍ରେ ମଠଆଡିଆ, ଲକ୍ଷ୍ମୀପ୍ରସାଦ ଡିଆ ଓ ଦୁର୍ଗାପ୍ରସାଦ ଡିଆରେ ବି ଗଣନା କରାଯିବ ।
ସେହିପରି ରାଜନଗର ରେଞ୍ଜ୍ରେ ବାଲିଡିଆରେ ଗଣନା ହେବ । ୩ଟି ଦଳ ଗଣନାରେ ସାମିଲ ହେବେ । ପ୍ରତି ଦଳରେ ୭ ଜଣ ସାମିଲ ହେବେ । ଚଳିତ ବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର । ପକ୍ଷୀ ଗଣନା ସମୟରେ ଭିତରକନିକାକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି ।