ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ନିୟୋଜିତ ହେଲେ ୨୧ ଟି ଟିମ୍‌

Published By : Harapriya Sethi | January 18, 2025 9:20 AM

କୃଷ୍ଣପ୍ରସାଦ,୧୮/୦୧: ଶନିବାର ଭୋର ୬ ଟାରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଚିଲିକା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକ୍ଷକ ଅମ୍ଲାନ ନାୟକଙ୍କ ନେତୃତ୍ୱରେ ବାଲୁଗାଁ, ସାତପଡ଼ା, ନୂଆପଡା, ରମ୍ଭା, ଟାଙ୍ଗୀ ରେଞ୍ଜ ନିକଟସ୍ଥ ଚିଲିକା ଓ ରାସ୍ତା ପାର୍ଶ୍ୱ ବାହ୍ୟ ଚିଲିକାରେ ୨୧ ଟିମ ନିୟୋଜିତ ହୋଇ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି । ଗଣନାକାରୀ ଟିମ୍, ପକ୍ଷୀ ବିଶାରଦ ବାଇନାକୁଲାର ମାଧ୍ୟମରେ ପକ୍ଷୀ ଗଣନା କରିଥିଲେ । ଦିନ ୧୨ ଟା ପର୍ଯ୍ୟନ୍ତ ଗଣନା ଚାଲୁ ରହିବ ବୋଲି ସହକାରୀ ବନସଂରକ୍ଷକ ପ୍ରମୋଦ ସେଠୀ, ଶତାବ୍ଦୀ ମିଶ୍ର, କାଶୀନାଥ ହେମ୍ବ୍ରମ ସୂଚନା ଦେଇଛନ୍ତି ।

ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼ରେ ଗୋଟିଏ, ନୂଆପଡାରେ ଗୋଟିଏ, ସାତପଡ଼ାରେ ୩ ଟି, ଟାଙ୍ଗୀରେ ୫ଟି ଓ ଅନ୍ୟାନ୍ୟ ଟିମକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିବା ବେଳେ ବନବିଭାଗ କର୍ମଚାରୀ, ବନ ସୁରକ୍ଷା ସମିତି, ଚିଲିକା ଉନ୍ନୟନର କର୍ମଚାରୀ ସାମିଲ ରହିଛନ୍ତି । ଗଣନା ସମୟରେ ବାଲୁଗାଁ ବନାଞ୍ଚଳ ଅଧିକାରିଣୀ ରଶ୍ମିତା ଜେନା, ସାତପଡ଼ା ବନାଞ୍ଚଳ ଅଧିକାରୀ ଶରତ ଜାନି, ଟାଙ୍ଗୀ ବନାଞ୍ଚଳ ଅଧିକାରୀ ବିରଜା ଦାସ, ବନପାଳ ରଶ୍ମିରଞ୍ଜନ ନାୟକ, ବିଶ୍ୱନାଥ ଟୁଡୁ, ଜିତେନ୍ଦ୍ର ଜେନା, ବନରକ୍ଷୀ ଲକ୍ଷ୍ମଣ ବେହେରା, ତ୍ରିଲୋଚନ ମହାରଣା ପ୍ରମୁଖ ଉପସ୍ଥିତ ରହି ଗଣନାକାରୀ ଟିମ୍‌କୁ ଗଣନାରେ ସହଯୋଗ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.