ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ରାଜ୍ୟରେ ବ୍ୟାପିଲା ବାର୍ଡ ଫ୍ଲୁ ; ମାଗଣା ବିରିୟାନି ଖାଇବାକୁ ଜମିଲା ଭିଡ....

Published By : Bijay Swain | February 25, 2025 9:50 PM

Image courtesy: indiatoday

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। କିଛି ଏହି ଭଳି ଗୁଜବ ପ୍ରଚାରିତ ହେବା ପରେ ଆନ୍ଧ୍ରପ୍ରଦେଶରେ କୁକୁଡା ଉତ୍ପାଦ ଗୁଡିକର ବିକ୍ରିରେ ଅସମ୍ଭବ ଭାବେ ହ୍ରାସ ଘଟିଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟର କୁକ୍କଟ ପାଳକ ସଂଗଠନ ଏକ ଜବଦସ୍ତ ନିଷ୍ପତ୍ତି ଗ୍ରହଣ କରିଥିଲା। ଯାହା ଜାଣିଲେ ଆପଣ ତାଜୁବ ହୋଇଯିବେ। 

ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର କୁକ୍କଟ ପାଳକ ସଂଗଠନଗତ ଫ୍ରେବୃୟାରି ୨୪ ତାରିଖ ଦିନ ରାଜମୁଣ୍ଡ୍ରି କଳା ମହାବିଦ୍ୟାଳୟ ସମ୍ମୁଖରେ ଏକ କୁକୁଡା ଓ ଅଣ୍ଡା ମେଳା ଆରମ୍ଭ କରିଥିଲେ। ଏହି ମହୋତ୍ସବ ମାଧ୍ୟମରେ ଲୋକଙ୍କୁ କୁକୁଡା ଉତ୍ପାଦର ସୁରକ୍ଷିତ ହେବାକୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହ ବାଡଫ୍ଲୁ ଗୁଜବରେ ଠପ ପଡିଯାଇଥିବା କୁକୁଡା ଉତ୍ପାଦର ବ୍ୟବହାରକୁ ବଢାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଥିଲା। 

ସବୁଠୁ ମଜାର କଥା ହେଉଛି ଏହି ମେଳାରେ ଲୋକଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ମେଳାରେ ଯୋଗଦେଉଥିବା ଲୋକମାନଙ୍କୁ ମାଗଣାରେ ବିରିୟାନି ସହ ସିଝା ଅଣ୍ଡା ଖାଇବାକୁ ଦିଆଯାଉଥିଲା। ଏହି ମେଳାକୁ ନେଇ ଜାରି ହୋଇଥିବା ଏକ ଭିଡିଓରେ ଲୋକମାନେ ଖୁବ୍ ଉତ୍ସାହର ସହ ବିରିୟାନି ଓ ଅଣ୍ଡା ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। 

କେବଶ ଗୋଟିଏ ଅଞ୍ଚଳରେ ନୁହେଁ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ଏହି ଭଳି ମେଳା ଓ ଖାଦ୍ୟ ବଣ୍ଟନର ବ୍ୟବସ୍ଥା ହୋଇଥିଲା। ଏହି ଚର୍ଚ୍ଚିତ ଘଟଣାକୁ ନେଇ ବିଭିନ୍ନ ସୋଶିଆଲ ମିଡିଆ ୟୁଜର୍ସମାନେ ବିଭିନ୍ନ ସାମଜିକ ଗଣମାଧ୍ୟମରେ ଏହା ସମ୍ପର୍କିତ ଭିଡିଓ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହେବା ପରେ ଏହାକୁ ନେଇ ଯୁଜର୍ସମାନେ ମଜାଳିଆ କମେଣ୍ଟ ପୋଷ୍ଟ କରିବା ଆରମ୍ଭ କରିଦେଇଥିଲେ। 

ତେବେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଏହିଭଳି ମେଳା ଜାରି ରହିବ ବୋଲି ରାଜ୍ୟ କୁକ୍କଟ ପାଳକ ସଂଗଠନ ଘୋଷଣା କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.