PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଗିନିଜ ବୁକ ଅଫ୍‌ ରେକର୍ଡରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌, ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୦୧: ମାତ୍ର ୧୫ ମାସ ମଧ୍ୟରେ ରାଉରକେଲାରେ ଗଢ଼ି ଉଠିଥିଲା ୨୧,୮୦୦ ଦର୍ଶକ ଧାରଣ କ୍ଷମତା ରଖିଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ହକି ବିଶ୍ୱକପ୍‌ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ରହିଛି । ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ବିଶ୍ୱର ସର୍ବାଧିକ ଦର୍ଶକ ଧାରଣ କ୍ଷମତା ରଖିଥିବା ଷ୍ଟାଡିୟମ ଭାବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ‘ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନ ପାଇଛି । ୫-ଟି ସଚିବ ଭି.କେ ପାଣ୍ଡିଆନ ଏ ଖବର ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଏହା ଶୁଣି ବହୁତ ଖୁସି ପ୍ରକାଶ କରିଥିଲେ । ସେ କହିଥିଲେ, ଓଡ଼ିଶାବାସୀ ଏବଂ ଦଳଗତ କାର୍ଯ୍ୟ ଯୋଗୁ ବିର୍ସା ମୁଣ୍ଡା ଷ୍ଟାଡିୟମର ନିର୍ମାଣ ସମ୍ଭବ ହୋଇପାରିଛି । ତେଣୁ ସମସ୍ତଙ୍କୁ ମୁଁ ଏହି ଅବସରରେ ଅଭିନନ୍ଦନ ଜଣାଉଛି ।’

ବିର୍ସା ମୁଣ୍ଡା ଷ୍ଟାଡିୟମ ‘ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ’ରେ ସାମିଲ ହେବା ନେଇ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶ୍ରୀ ପାଣ୍ଡିଆନ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଏ ଖବର ଜଣାଉଛନ୍ତି । ସେ କହୁଛନ୍ତି, ‘ସାର୍‌! ଓଡ଼ିଶା ପାଇଁ ଏକ ଖୁସିର ଖବର । ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଆମକୁ ସୂଚନା ଆସିଛି ଯେ ବିର୍ସା ମୁଣ୍ଡା ଷ୍ଟାଡିୟମ ବିଶ୍ୱରେ ସର୍ବାଧିକ ଦର୍ଶକ ଧାରଣ କ୍ଷମତା ରଖୁଥିବା ହକି ଷ୍ଟାଡିୟମ । ଯାହା ଅଫିସିଆଲ ଭାବେ ଘୋଷଣା ହୋଇଛି ।’ ମୁଖ୍ୟମନ୍ତ୍ରୀ ଏହା ଶୁଣି ଖୁସି ପ୍ରକାଶ କରୁଛନ୍ତି । ସେ କହୁଛନ୍ତି, ‘ଏହା ଅତି ଖୁସିର ବିଷୟ । ବିର୍ସା ମୁଣ୍ଡା ଷ୍ଟାଡିୟମକୁ ବିଶ୍ୱର ସର୍ବାଧିକ ଦର୍ଶକ ଧାରଣ କ୍ଷମତା ରଖୁଥିବା ହକି ଷ୍ଟାଡିୟମ ଭାବେ ‘ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ’ରେ ସ୍ୱୀକୃତି ମିଳିଛି ।’

ପୁଣି ଶ୍ରୀ ପାଣ୍ଡିଆନ କହୁଛନ୍ତି, ‘ସାର ! ମାତ୍ର ୧୫ ମାସ ମଧ୍ୟରେ ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ଆମ ସମସ୍ତଙ୍କ ପାଇଁ ଏହା ଗୌରବର ମୁହୂର୍ତ୍ତ ।’ ମୁଖ୍ୟମନ୍ତ୍ରୀ କହୁଛନ୍ତି, ମାତ୍ର ୧୫ ମାସ ମଧ୍ୟରେ ଷ୍ଟାଡିୟମ କାର୍ଯ୍ୟ ଶେଷ ହେବା ପ୍ରକୃତରେ ଓଡ଼ିଶାବାସୀଙ୍କ ପାଇଁ ବହୁ ବଡ଼ ସଫଳତା ଥିଲା । ଧନ୍ୟବାଦ ।’ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପାଣ୍ଡିଆନ ଜୟ ଜଗନ୍ନାଥ କହି ଭିଡିଓଟିକୁ ଶେଷ କରୁଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏ ବିଷୟରେ ଟ୍ୱିଟ୍‌ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ଏବଂ ଦୂରଦୃଷ୍ଟିତା ସମ୍ପନ୍ନ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଛି ।

ସମ୍ବନ୍ଧିତ ଖବର