ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ମନମୁଣ୍ଡାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

Published By : Suraj Kumar | August 9, 2025 8:09 PM

ମନମୁଣ୍ଡା, ୯।୮ : ମନମୁଣ୍ଡା ଭୁଲିଆ ସମାଜ ପକ୍ଷରୁ ସ୍ଵଭାବ ତଥା ପ୍ରକୃତିପ୍ରେମୀ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କବି ଗଙ୍ଗାଧରଙ୍କ ଫଟୋ ଚିତ୍ରକୁ ଏକ ଗାଡ଼ିର ଅଗ୍ରଭାଗରେ ସୁସଜ୍ଜିତ ଭାବେ ରଖି ୫୭ ନଂ ଜାତୀୟ ରାଜପଥ ମନମୁଣ୍ଡାରୁ ବାସୁଦେବପାଲି, ସୁବର୍ଣ୍ଣପାଲି ଦେଇ ଦେଉଳି ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା। ଶୋଭାଯାତ୍ରା ସମୟରେ କବିଙ୍କ ରଚିତ କବିତା ରେକର୍ଡିଂ ବଜାଯାଇଥିଲା। ତାପରେ ସ୍ଥାନୀୟ ଶ୍ରୀ ଭାଗବତ ମନ୍ଦିରରେ ଏନେଇ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତେ କବି ଗଙ୍ଗାଧରଙ୍କ ଫଟୋ ଚିତ୍ରରେ ଧୂପ, ଦିଅ ଜାଳି ଓ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଓଡ଼ିଆ ସାହିତ୍ୟ ଜଗତରେ ଅନନ୍ୟ ଓ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସ୍ଵଭାବ ତଥା ପ୍ରକୃତି କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ବହୁମାତ୍ରାରେ ରୁଦ୍ଧିମନ୍ତ କରିଛନ୍ତି।  ତାଙ୍କ ରଚିତ କବିତା ଓଡ଼ିଆ ସାହିତ୍ୟ କୁ ସମୃଦ୍ଧ କରିଛି। ତାଙ୍କ ପ୍ରତିଟି କବିତା ନିଜସ୍ଵ ବୁଦ୍ଧି ଓ ଭାବନା ରେ ପରିପୃଷ୍ଟ ।  ଓଡ଼ିଆ ସାହିତ୍ୟ ଜଗତ ର ଧୃବତାରା ସଦୃଶ ବୋଲି ଭୁଲିଆ ସମାଜ ପକ୍ଷରୁ ପଙ୍କଜ ମେହେର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ବକ୍ତୃତା ପ୍ରଦାନ କରିଥିଲେ । । ସେହିପରି ପଙ୍କଜ ମେହେର, ଚନ୍ଦ୍ରଶେଖର ମେହେର, ମୃତ୍ୟୁଞ୍ଜୟ ମେହେର, ଶିକ୍ଷକ ତୁଲେଶ୍ୱର   ମେହେର ପ୍ରମୁଖ ସ୍ଵଭାବ କବି ଙ୍କ ସାହିତ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। 

କବି ଙ୍କ ରଚିତ ବିଶ୍ଵ ଦେଖ ମଧୁମୟ ରେ ଜୀବନ କବିତାକୁ  ମୃତ୍ୟୁଞ୍ଜୟ ମେହେର ଗାନ କରିଥିବାବେଳେ ଉପସ୍ଥିତ ସମସ୍ତେ ବିଭୋର ହୋଇଯାଇଥିଲେ। ଏହି ଅବସରରେ ଭାଗବତ ମନ୍ଦିର ସାମନା ରେ କବି ଗଙ୍ଗାଧର ମେହେର ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ହୋତା ଙ୍କ ପ୍ରସ୍ତାବରେ ସମସ୍ତେ ରାଜି ହୋଇଥିଲେ ଏବଂ ଆସନ୍ତା ବର୍ଷ ତାଙ୍କ ଜୟନ୍ତୀ ପୂର୍ବରୁ ତାହା ସ୍ଥାପନ କରାଯିବାକୁ ସମସ୍ତେ ସେନେଇ ସହାୟତା ଓ ସହଯୋଗ କରିବେ ବୋଲି ଉପସ୍ଥିତ ଲୋକମାନେ  ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଭାଗବତ ମନ୍ଦିର କମିଟି ସଭାପତି କୈଳାଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.