PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଶୂନ୍ୟକାଳରେ ଉଠିଲା ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ଵର, ୦୪/୦୭ : ବିଧାନସଭାର ଶୂନ୍ୟକାଳରେ ଉଠିଲା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ। ସିବିଆଇ ତଦନ୍ତ ଦାବି କଲା ବିଜେପି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ସ୍ପର୍ଶକାତର ବିଷୟ । ସରକାରଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଛି । ରାଜ୍ୟରେ ଶିକ୍ଷାଅନୁଷ୍ଠାନ ମରଣଯନ୍ତା ପାଲଟିଛି । କେବଳ ବିଜେବି କଲେଜ ରାଜ୍ୟର ଅନେକ କଲେଜରେ ମଧ୍ୟ ରାଗିଂ ହେଉଛି । ସୁପରିଟେଣ୍ଡ ଝୁମୁକି ରଥ ଏହି ଘଟଣା ସମ୍ପର୍କରେ କେମିତି ଜାଣି ପାରିଲେ ନାହିଁ । କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ ତାଙ୍କ ଉପରେ ଆକ୍ସନ ନିଆଯାଉ ।

ମୋହନ ମାଝୀ ପୁଣି କହିଛନ୍ତି ଯେ, ୨୦୨୧-୨୨ରେ ଓଡ଼ିଶାରୁ ୪୦ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ୍ ବସି ଯାଇଛନ୍ତି । ରାଗିଂ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ୫ବର୍ଷରେ ୩ ହଜାର ୧୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ରାଗିଂକୁ ରୋକିବା ପାଇଁ ସ୍ୱତନ୍ତ୍ର ନୂଆ କଡ଼ା ଆଇନ ଆଣିବେ କି ରାଜ୍ୟ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି।