ଭୁବନେଶ୍ଵର, ୧୬/୦୭ : ମୃତ ଏଫଏମ ଛାତ୍ରୀଙ୍କୁ ନେଇ ରାଜଧାନୀ ହୁଲୁସ୍ତୁଲ। ଭୁବନେଶ୍ଵର ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ। ଲୋକସେବା ଭବନ ଘେରାଉ ବେଳେ ବିଜେଡି କର୍ମୀ ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି। ବିଜେଡି କର୍ମୀଙ୍କ ଉପରକୁ ପାଣି ମାଡ ସହ ଲୁହାବହା ଗ୍ୟାସ୍ କଲା ପୁଲିସ। ଏହି ଲୁହାବୁହା ଗ୍ୟାସ୍ ମାଡରେ ପ୍ରଣବପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡେଇ ଓ ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ବିଜେଡି ନେତା ଅରୁଣ ସାହୁଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଛି।
ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ବିଜେଡି ବିଚାର ବିଭାଗୀୟ ତଦନ୍ତ ଦାବି କରବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱର ସାଂସଦ ଓ ବାଲେଶ୍ୱର ବିଧାୟକଙ୍କ ଇସ୍ତଫା ଦାବି କରିଛି । ଏନେଇ ଆଜି ଛାତ୍ର ଯୁବକ ଓ ମହିଳା କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଳାଇଛନ୍ତି। ଲୋକସେବା ଭବନ ଘେରାଉ ବେଳେ ବିଜେଡି କର୍ମକର୍ତ୍ତାମାନେ ଲୋୟର ପିଏମ୍ଜିରେ ଉତ୍ତ୍ୟକ୍ତ ହୋଇ ପ୍ରଥମ ବାରିକେଡ୍ ଭାଙ୍ଗିଛନ୍ତି। ଆନ୍ଦୋଳନ ବେଳେ ପୁଲିସ-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କନିଶନରେଟ୍ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ ଏବଂ ପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି।
ଏହି ଖବରଟିକୁ ପଢନ୍ତୁ- ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଖଣ୍ଡଯୁଦ୍ଧ; ବିଜେଡିର ଲୋକସେବା ଭବନ ଘେରାଉ ବେଳେ ଧସ୍ତାଧସ୍ତି, ପାଣି ଓ ଟିୟର ଗ୍ୟାସ୍ ମାଡ଼ କଲା ପୁଲିସ