PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବିଜେଡିର ଅନୁରୋଧ, ‘କାଳିଆ’ ସହାୟତା ବଣ୍ଟନ କଟକଣା ହଟାଅ

source:http://orissadiary.com

ଭୁବନେଶ୍ୱର,୫ ।୪(ବ୍ୟୁରୋ): ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଏଯାଏ ୩୭ ଲକ୍ଷ ଚାଷୀ, ଭାଗଚାଷୀ ଓ ଭୂମିହୀନ ପରିବାର ଆର୍ଥିକ ସହାୟତା ପାଇଛନ୍ତି । ମାତ୍ର ଆହୁରି ୨୫ ଲକ୍ଷ ଚାଷୀ ପରିବାର ଏ ସହାୟତା ପାଇବାକୁ ଅପେକ୍ଷା କରିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧିର ଆଳ ଦେଖାଇ ଏହାକୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଅନୁମତି ଦେଉନାହାନ୍ତି । ବିଜେପି ଚାପରେ ସିଇଓ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି । ତୁରନ୍ତ ଏଭଳି ଚାଷୀ କଲ୍ୟାଣ ଯୋଜନାରେ କିଭଳି ୨୫ ଲକ୍ଷ ଚାଷୀ ସହାୟତା ପାଇପାରିବେ ସେ ଦିଗରେ ମୁଖ୍ୟ ନିର୍ବାଚନ
କମିଶନ ହସ୍ତକ୍ଷେପ କରନ୍ତୁ ।

ରାଜ୍ୟର ଚାଷୀକୂଳଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି “କାଳିଆ’ ଯୋଜନା ସହାୟତା ଅର୍ଥ ବଣ୍ଟନ ଉପରୁ କଟକଣା ହଟାଇବାକୁ କମିଶନରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏନେଇ ବିଜେଡିର ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟି ଅନୁରୋଧ କରିଥିଲା ବେଳେ ରାଜ୍ୟର କିଛି ଚାଷୀ ସଂଗଠନ ମଧ୍ୟ କାଳିଆ ସହାୟତା ତୁରନ୍ତ ପ୍ରଦାନ ପାଇଁ କମିଶନଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ବିଜେଡି କାଳିଆ ଯୋଜନାର ଲୋକପ୍ରିୟତା ଓ ଏହା ବନ୍ଦ ପଛର ଚକ୍ରାନ୍ତ ଉଲ୍ଲେଖ କରିଛି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଗତ ମାର୍ଚ୍ଚ ୧ରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା । ମାତ୍ର ନିର୍ବାଚନ ଆଚରଣ ବିଧିର ଆଳ ଖୋଜି ବିଜେପି ଏହି ଯୋଜନାକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରିଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ମିଥ୍ୟା ଅଭିଯୋଗ ଦର୍ଶାଇ “କାଳିଆ’ ଯୋଜନା ବନ୍ଦ କରିବାକୁ ଗତ ମାର୍ଚ୍ଚ ୧୩ ତାରିଖରେ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କ ଠାରେ ଦାବି କରିଥିଲେ । ଇତିମଧ୍ୟରେ ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ଭେଟି “କାଳିଆ’ ଯୋଜନା ଚାଲୁ ରଖିବାକୁ ବାରମ୍ବାର ଅନୁରୋଧ କଲେଣି । ମାତ୍ର ବିଜେପି ଚାପ ଯୋଗୁଁ ତାହା ବନ୍ଦ ହୋଇ ରହିଛି ।

“କାଳିଆ’ ଯୋଜନା ବନ୍ଦ ହୋଇଯିବା ଯୋଗୁଁ ଖରଫି୍‌ ଋତୁ ପାଇଁ ଚାଷୀ ସହାୟତା ପାଉନାହାନ୍ତି । ଚାଷୀଙ୍କ ସ୍ୱାର୍ଥକୁ ବଳି ଚଢ଼ାଇ ବିଜେପିର ଏହି ଚକ୍ରାନ୍ତକୁ ପ୍ରଶୟ ଦେବା ଠିକ୍‌ ହେଉନାହିଁ । ନିର୍ବାଚନ କମିଶନଙ୍କ ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ କାର୍ଯ୍ୟକାରୀ ହେଉଥିବା କୌଣସି ପ୍ରକଳ୍ପ ନିର୍ବାଚନ ଆଚରଣ ବିଧି ଲାଗୁ ଦ୍ୱାରା ପ୍ରଭାବିତ ହେବ ନାହିଁ । ନିର୍ବାଚନ କମିଶନ ଏହାର ବିଚାର କରି ତ୍ୱରିତ ପଦକ୍ଷେପ ନେବାକୁ ବିଜେଡ଼ି ପକ୍ଷରୁ ଅନୁରୋଧ କରାଯାଇଛି । ସେହିଭଳି ଚାଷୀ ପ୍ରତିନିଧିଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୃଥକ୍‌ ସ୍ମାରକପତ୍ର ଦିଆଯାଇଛି । ନିର୍ବାଚନ କମିଶନ ଏହା ଉପରେ ହସ୍ତକ୍ଷେପ କରି ତୁରନ୍ତ କଟକଣା ହଟାଇବାକୁ ସେମାନେ ଦାବି କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧି ଦଳରେ ସାଂସଦ ପିନାକୀ ମିଶ୍ର, ମୁଖପାତ୍ର ତଥା ଆଇଟି ସେଲ୍‌ ଅଧ୍ୟକ୍ଷ ଅମର ପଟ୍ଟନାୟକ, ଡ. ସସ୍ମିତ୍‌ ପାତ୍ର, ସୁଲୋଚନା ଦାସ, ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ସାମିଲ ହୋଇଥିଲେ । ସେହିଭଳି ଚାଷୀ ପ୍ରତିନିଧି ଦଳରେ କିଶୋର ଚନ୍ଦ୍ର ଦେବତା, ନନ୍ଦଲାଲ ବେହେରା, ପଞ୍ଚାନନ ଦଳପତି, ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।