ଭୁବନେଶ୍ୱର,୨୨/୧୧: ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ବିଜେଡି ଘନଘନ ବୈଠକ ଆରମ୍ଭ କରିଛି । ଦଳ କେମିତି ଏ ପରାଜୟ ଗ୍ଳାନିରୁ ବାହାରି ଆଗକୁ ବଢ଼ିବ, ସେଥିପାଇଁ ରଣନୀତି ପ୍ରସ୍ତୁତି ଚାଲିଛି । ଗତକାଲି ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନେଇ ବୈଠକ ହୋଇଥିଲା । ଶନିବାର ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଡାକିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଏଥିରେ ନୂଆପଡ଼ା ଉପନିର୍ବାଚନ ବ୍ୟବଚ୍ଛେଦ ସହ ଆଗାମୀ କାର୍ଯ୍ୟପନ୍ଥା ନେଇ କିଛି ବଡ଼ ଆଲୋଚନା ସମ୍ଭାବନା ରହିଛି ।
ଆଗକୁ ବିଧାନସଭାର ଶୀତ ଅଧିବେଶନ ଥିବାବେଳେ ପ୍ରତିଷ୍ଠା ଦିବସ ବି ରହିଛି । ଏହା ପୂର୍ବରୁ ଦଳ ବିପର୍ଯ୍ୟୟରୁ ବାହାରି ଆଗକୁ ବଢ଼ିବାକୁ ନୂଆ ରଣନୀତି ପ୍ରସ୍ତୁତି କରିବାରେ ଲାଗିଛି । ଅନ୍ୟପଟେ ନୂଆପଡ଼ା ପରାଜୟକୁ ନେଇ ଦଳ ଭିତରେ ଦୋଷାରୋପ ରାଜନୀତି ତେଜିଛି । ବରିଷ୍ଠ ନେତା ଭୂପିନ୍ଦର ସିଂହ ଗତକାଲି ନୂଆପଡ଼ା ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେହିପରି ବିଜେଡିର ଜିଲ୍ଲା ସଭାପତିମାନଙ୍କର ବୈଠକରେ ନୂଆପଡ଼ା ପ୍ରାର୍ଥୀ ଚୟନକୁ ନେଇ ଅନେକ ଅସନ୍ତୋଷ ଝାଡ଼ିଥିଲେ ।