ସୁବର୍ଣ୍ଣପୁର,୨୦।୪ : ନିଆରା ଢଙ୍ଗରେ ଗଂଜେଇ ଚୋରା ଚାଲାଣ l ମସିଣା ଭିତରେ ଗଞ୍ଜେଇ ଚାଲାଣ। ଫେରିବାଲା ସାଜି କରୁଥିଲେ ଗଞ୍ଜେଇ ବେପାର।  ସନ୍ଦେହରେ ପୁଲିସ ଅଟକ ରଖି ଯାଞ୍ଚ ବେଳେ ମସିଣା ଭିତରୁ ବାହାରିଥିଲା ପୁଲା ପୁଲା ଗଞ୍ଜେଇ । ମସିଣା ବ୍ୟବସାୟ ନାଁରେ ଗଂଜେଇ ଚୋରା ଚାଲାଣ କରୁଥୁବାବେଳେ ଜଣେ ଗିରଫ । ଗିରଫ ଜଣକ ହେଲେ ମଧ୍ୟପ୍ରଦେଶର କୁଳଦୀପ ଶ୍ରୀବାସ୍ତବ l

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଫାଣ୍ଡି ପୋଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବୁରଡ଼ା ଅର୍ଜୁନପୁର ରାସ୍ତାର ତିଳେଇମାଲ ଛକ ନିକଟରେ ଜଣେ ମସିଣା ବୋଝେଇକାରୀ ଲୋକକୁ ସନ୍ଦେହରେ ଅଟକାଇ ପୋଲିସ  ଯାଞ୍ଚ କରିଥିଲା l ଏହି ସମୟରେ ମସିଣା ଭିତରକୁ କାଟି ଗଂଜେଇ ଚାଲାଣ କରୁଥିବା ସୂଚନା ପାଇଥିଲା ପୋଲିସ l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ସବୁକୁ ଓଜନ କରିବାରୁ ତାହା ୪୬ କେଜି ୮୯୦ ଗ୍ରାମ ହୋଇଥିଲା l  ଏଥିସହ ଏକ ହୋଣ୍ଡା ବାଇକକୁ ପୁଲିସ ଜବତ କରିଛି।