ସୁବର୍ଣ୍ଣପୁର, ୨୧।୪ : ସୁବର୍ଣ୍ଣପୁର ତରଭା ପୋଲିସ ଦ୍ୱାରା ୧୫ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣ ଗିରଫ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ପିସ୍ତଲ, ମାଗାଜିନ୍ ଏବଂ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୁଲିସ। ଘଟଣାସ୍ଥଳରୁ ୨ଟି ମୋଟର ସାଇକେଲ ମଧ୍ୟ ଜବତ କରିଛି ପୋଲିସ।
ବୌଦ୍ଧ କଣ୍ଟାମାଲ ଅଂଚଳରୁ ଗଂଜେଇ ଆଣୁଥିବା ସମୟରେ ତରଭା ଥାନା ଗୁଂଜିମୁଣ୍ଡା ଛକ ନିକଟରୁ ଗୋଡେଇ ଧରିଲା ତରଭା ପୋଲିସ l ଗୋଟିଏ କେଟିଏମ ଏବଂ ଗୋଟିଏ ଟିଭିଏସ ରାଇଡ଼ର ବାଇକ ସହ ୩ଜଣ ମାଫିଆଙ୍କୁ ଗିରଫ କରିଛି ତରଭା ପୋଲିସ l ଗିରଫ ତିନିଜଣ ହେଲେ କଣ୍ଟାମାଲ ଅଂଚଳର ପ୍ରଭାତ ସାହୁ, ଦେବେଶ ଜାନି ଏବଂ ତରଭା ଥାନା ଲୁକାପାଲିର ଆକାସ ସୁନା l ତରଭା ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତିନିଜଣ ଅଭିଯୁକ୍ତକୁ ଆଉ କାହା କାହା ସହ ମିଶି ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ତାକୁ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି l