ବିଜେପି ନେତା ଏମଜେ ଆକବର କହିଲେ ‘ମେଁ ଭି ଚୌକିଦାର’, କିନ୍ତୁ ଏହି ବଲିଉଡ ଅଭିନେତ୍ରୀ ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ,୧୭।୩: ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ସୋସିଆଲ ମିଡିଆରେ ଯୋରଦାର କ୍ୟାମ୍ପେନିଂ ଆରମ୍ଭ କରିଦେଇଛନ୍ତି। ଗତ ଶନିବାର ବିଜେପିର ଆଇଟି ସେଲ୍ ପକ୍ଷରୁ ’ମେଁ ଭି ଚୌକିଦାର’ ହ୍ୟାସଟ୍ୟାଗର କ୍ୟାମ୍ପେନିଂ ପାଇଁ ଯୋରଦାର ଭାବରେ ଚେଷ୍ଟା କରାଯାଇଥିଲା। ପରିସ୍ଥିତି ଏଭଳି ହୋଇଗଲା ଯେ କେବଳ ଭାରତ ନୁହେଁ ବରଂ ଓ୍ବାର୍ଲ୍ଡଓ୍ବାଇଡ୍ #MainBhiChowkidar ଟ୍ରେଣ୍ଡ ଜାରି ରହିଛି। ବିଜେପି ପ୍ରାୟ ସବୁ ନେତା ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ସହିତ ଟ୍ବିଟ୍ କରିଛନ୍ତି। ସେଭଳି ବିଜେପିର ନେତା ଏମଜେ ଆକବର ମଧ୍ୟ ଏହି କ୍ୟାମ୍ପେନିଂରେ ସାମିଲ ହୋଇ ଏକ ଟ୍ବିଟ କରିଥିଲେ। ଏହି ଟ୍ବିଟ ପରେ ଜଣେ ବଲିଉଡ ଆକଟ୍ରେସ୍ ଏଭଳି କିଛି ଉତ୍ତର ଦେଲେ ଯାହାକୁ ନେଇ ଏମଜେ ଆକବରଙ୍କ ଏହି ଟ୍ବିଟ୍ ଇଣ୍ଟରନେଟରେ ଭାଇରାଲ ହୋଇଛି।
I am proud to join #MainBhiChowkidar movement. As a citizen who loves India, I shall do my best to defeat corruption, dirt, poverty & terrorism and help create a New India which is strong, secure & prosperous.
— M.J. Akbar (@mjakbar) March 16, 2019
ବିଜେପି ନେତା ଏମଜେ ଆକବର ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରୁ ଟ୍ବିଟ୍ କରିଥିଲେ ‘ ମୁଁ #MainBhiChowkidar କ୍ୟାମ୍ପେନରେ ସାମିଲ ହେବା ନେଇ ଗର୍ବିତ ଅନୁଭବ କରୁଛି। ଜଣେ ନାଗରିକ ହିସାବରେ ଭାରତକୁ ଭଲ ପାଉଛି। ମୁଁ ଭଷ୍ଟ୍ରାଚାର, ମଇଳା, ଦାରିଦ୍ରତ୍ୟା ଓ ଆତଙ୍କବାଦକୁ ହଟାଇବାରେ ସମ୍ପୂର୍ଣ୍ଣ ଚେଷ୍ଟା କରିବି ଓ ଏକ ନୂଆ ଭାରତ ଗଠନ କରିବାରେ ସାହାର୍ଯ୍ୟ କରିବି। ଯାହା ମଜବୁତ, ସୁରକ୍ଷିତ ଓ ସମୃଦ୍ଧ ହେବ।’
Agar aap bhi chowkidaar hain toh koi mahila surakshit nahi #BesharmiKiHadd @IndiaMeToo https://t.co/CQyIBm0waL
— Renuka Shahane (@renukash) March 16, 2019
ଆକବରଙ୍କ ଏହି ଟ୍ବିଟ୍ ପରେ ବଲିଉଡ ଅଭିନେତ୍ରୀ ରେଣୁକା ସାହାନେ ଏହାର ଉତ୍ତର ଦେଇଛନ୍ତି। ସେ ଟ୍ବିଟ୍ ଉପରେ ରିପ୍ଲାଇ ଦେଇ ଲେଖିଛନ୍ତି ‘ଯଦି ଆପଣ ଚୌକିଦାର ତେବେ କୌଣସି ମହିଳା ସୁରକ୍ଷିତ ନାହାଁନ୍ତି।’ ରେଣୁକା ସାହାନେ ହ୍ୟାସଟ୍ୟାଗରେ ଲେଖିଛନ୍ତି #[email protected] ର ହ୍ୟାସଟ୍ୟାଗ। ଉଲ୍ଳେଖନୀୟ ଯେ #Metoo ଅଭିଯାନରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ବିଜେପି ନେତା ଏମଜେ ଆକବରଙ୍କୁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଆକବରଙ୍କ ବିରୋଧରେ ପ୍ରାୟ ୨୦ ଜଣ ମହିଳା ସାମ୍ବାଦିକ ଯୌନଶୋଷଣ ଅଭିଯୋଗ କରିଥିଲେ। ଆକବରଙ୍କୁ ଇସ୍ତଫା ଦେବା ପାଇଁ ସମସ୍ତ ବିରୋଧୀ ଦଳ ଗୁଡିକ ପକ୍ଷରୁ ଦାବି କରାଯାଇଥିଲା।