ନୂଆଦିଲ୍ଲୀ,୧୭।୧୨: ବିଜେପିକୁ ମିଳିପାରିନ୍ତି ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଫେବୃଆରୀ ଶେଷ ସୁଦ୍ଧା ଚିତ୍ର ହୋଇପାରେ ସ୍ପଷ୍ଟ। ଏନେଇ ଦଳର ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି। ଜାନୁଆରୀ ମଧ୍ୟ ପର୍ଯ୍ୟନ୍ତ ଅଧା ରାଜ୍ୟରେ ପୂରଣ ହେବ ନିର୍ବାଚନୀ ପକ୍ରିୟା । ୨୦୨୦ ରୁ ଅଧ୍ୟକ୍ଷ ଅଛନ୍ତି ଜେପି ନଡ୍ଡା।୨୦୨୩ ରେ ସରିବାର ଥିଲା କାର୍ଯ୍ୟକାଳ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବଢାଇ ଦିଆଯାଇଥିଲା ଅବଧି।
ବିଜେପିକୁ ଖୁବ୍ ଶୀଘ୍ର ମିଳିବ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଦଳର ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଫେବୃଆରୀ ଶେଷ ପର୍ଯ୍ୟନ୍ତ ବିଜେପିର ନୂତନ ଅଧ୍ୟକ୍ଷ ପଦ ଗ୍ରହଣ କରି ପାରନ୍ତି। ସେ କହିଛନ୍ତି, ନୂଆ ଅଧ୍ୟକ୍ଷ ସରକାରରୁ ବଛା ଯାଇ ପାରନ୍ତି। ଏହା ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇ ନାହିଁ। ବିଶେଷକରି ବିଜେପି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୩ ବର୍ଷର ହୋଇଥାଏ। ୨୦୨୦ ରୁ ଜେପି ନଡ୍ଡା ଅଧ୍ୟକ୍ଷ ଅଛନ୍ତି।୨୦୨୩ ରେ କାର୍ଯ୍ୟକାଳ ସରିବାର ଥିଲା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଅବଧି ବଢାଇ ଦିଆଯାଇଥିଲା । ଏବେ ବିଜେପିରେ ଅଧ୍ୟକ୍ଷ ପଦକୁ ନେଇ ଦୀର୍ଘ ସମୟ ଧରି ମନ୍ଥନ ଚାଲିଛି। ଅଗଷ୍ଟରେ ଏହାକୁ ନେଇ ଚର୍ଚ୍ଚା କରାଯାଇଥିଲା। କିନ୍ତୁ ସେତେବେଳେ ମହାରାଷ୍ଟ୍ର, ଝାଡଖଣ୍ଡ, ଓ ଜମ୍ମୁ –କଶ୍ମୀର, ହରିୟାଣା ନିର୍ବାଚନ ଥିଲା। ଏଭଳି ସ୍ଥିତିରେ ଯଥାସ୍ଥିତି ବଜାୟ ରଖିବାର ନିଷ୍ପତ୍ତି ନିଆଯାଇଥିଲା।
ପାର୍ଟି ସମ୍ବିଧାନ ଅନୁସାରେ, ଯିଏ ଅତି କମ୍ରେ ୧୫ ବର୍ଷ ଦଳର ସଦସ୍ୟ ହୋଇଥିବେ ତାଙ୍କୁ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇପାରେ । ଏହା ପୂର୍ବରୁ ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ନୀତୀନ ଗଡକାରୀଙ୍କ ପାଖରେ ଦଳର ଦାୟିତ୍ବ ଥିଲା। ରାଜନାଥ ସିଂହ ୨୦୦୫ ରୁ ୨୦୦୯ ପର୍ଯ୍ୟନ୍ତ ରହିଥିଲେ। ତା ପରେ ୨୦୧୩ ରୁ ୧୪ ପର୍ଯ୍ୟନ୍ତ ମଧ୍ୟ ବିଜେପିର ଅଧ୍ୟକ୍ଷ ଥିଲେ। ୨୦୧୪ ରୁ ୨୦୨୦ ପର୍ଯ୍ୟନ୍ତ ଅମିତ ଶାହ ବିଜେପିର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ।