ଭୁବନେଶ୍ଵର, ୧୮/୧୨ : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହେଲା ବିଜେପି ବିଧାୟକ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି। ଏହା ସହ ଦଳର ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ମାନସ ମନ୍ଥନ ଚାଲିଛି।
ନିକଟରେ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ବିଏଲ ସନ୍ତୋଷ ଆସି ବୈଠକ କରିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ ରୁଦ୍ଧ ଦ୍ୱାର ଆଲୋଚନା କରିଥିଲେ। ଡିସେମ୍ବର ସୁଦ୍ଧା ସମସ୍ତ କମିଟି ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସେନେଇ ଆଲୋଚନା ହୋଇପାରେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି। କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚାଇବା ନେଇ ଆଲୋଚନା ହୋଇପାରେ।