ନୂଆଦିଲ୍ଲୀ : ଆମେରିକା ଇରାନ ବିରୁଦ୍ଧରେ ସାମରିକ ଅଭିଯାନକୁ ଆହୁରି ପ୍ରଶସ୍ତ କରିବା ଲକ୍ଷ୍ୟରେ ପ୍ରସ୍ତୁତିକୁ ଜୋରଦାର କରିଛି। ଏହି ରଣନୀତି ଅନୁସାରେ ଇସ୍ରାଏଲରେ ଅନେକ ଅତିରିକ୍ତ ଏୟାର-ଟୁ-ଏୟାର ରିଫ୍ୟୁଲିଂ ବିମାନ ପଠାଉଛି। ଏଥିପାଇଁ ଯେ, ବହୁ ଦୂରଗାମୀ ଫାଇଟର ଓ ବୋମାବର୍ଷଣକାରୀ ବିମାନ ଲଗାତାର ମିଶନକୁ ଚାଲୁ ରଖିବେ। ଇସ୍ରାଏଲରେ ପୂର୍ବରୁ ହିଁ ୬୦ରୁ ଅଧିକ ଆମେରିକୀୟ ରିଫ୍ୟୁଲିଂ ବିମାନ ଥିଲା। ଏକ୍ସିୟୋସର ରିପୋର୍ଟ ଅନୁସାରେ , ୱାଶିଂଟନ ଇସ୍ରାଏଲକୁ ଏହି ବଡ଼ ମୁତୟନ ବିଷୟରେ ସୂଚିତ କରି ଦେଇଛି।
ଆସନ୍ତୁ ଏବେ ଜାଣିବା ଯେ, ଆମେରିକାର ଏହି ନୂଆ ୱାର ପ୍ଲାନ କଣ , ଭୂମି ଉପରେ କଣ ସ୍ଥିତି ରହିଛି ଏବଂ ଇସ୍ରାଏଲରେ ଏହି ବିମାନକୁ ନେଇ ଘରୋଇ ରାଜନୀତି କାହିଁକି ସରଗରମ ହୋଇଛି…
୧- ଇସ୍ରାଏଲରେ କେତେ ବିମାନ ଅଛି ଏବଂ କାହିଁକି ପଠାଯାଉଛି ?
ବର୍ତ୍ତମାନ ଇସ୍ରାଏଲ ପାଖରେ ପ୍ରାୟ ୬୦ଟି ଆମେରିକୀୟ ବିମାନ ମୁତୟନ ଅଛି। ୩୦ଟି ବିମାନ ତେଲ ଅଭିଭ୍ ନିକଟରେ ବେନ ଗୁରିୟନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏବଂ ୩୦ଟି ବିମାନ ଦକ୍ଷିଣ ଇସ୍ରାଏଲର ରେମନ ଏୟାରପୋର୍ଟରେ ରହିଛି। ଆଗାମୀ ଦିନରେ ପେଣ୍ଟାଗନ ଆହୁରି ଡର୍ଜନ ଡର୍ଜନ ବିମାନକୁ ଇସ୍ରାଏଲ ପଠାଇବାର ପ୍ରସ୍ତୁତିରେ ଅଛି। ଏହାର ଉଦ୍ଦେଶ୍ୟ ବିମାନ ଗୁଡ଼ିକୁ ଯୁଦ୍ଧର ପ୍ରାରମ୍ଭିକ ସ୍ତରକୁ ଫେରେଇ ଆଣିବା। ପେଣ୍ଟାଗନ ଏହି ବିମାନ ଗୁଡ଼ିକୁ ବେନ ଗୁରିୟନ ଏୟାରପୋର୍ଟରେ ରଖିବାକୁ ଚାହୁଁଛି, କାରଣ ଏହି କ୍ଷେତ୍ରର ଅନ୍ୟ ଏୟାରବେସରେ ଇରାନର ମିସାଇଲ କିମ୍ୱା ଡ୍ରୋନ୍ ଆକ୍ରମଣକୁ ଅଧିକ ବିପଦ ମନେକରାଯାଉଛି।
୨- ଟ୍ରମ୍ପ ପ୍ରଶାସନ ଟେବୁଲରେ କଣ ରହିଛି ବିକଳ୍ପ ?
ମଙ୍ଗଳବାର ହ୍ୱାଇଟ୍ ହାଉସର ସିଚୁଏସନ ରୁମରେ ଟ୍ରମ୍ପଙ୍କୁ ଅନେକ ନୂଆ ସାମରିକ ବିକଳ୍ପ ସୂଚନା ଦିଆଯାଇଛି। ଟ୍ରମ୍ପ ଏବେ ହୋର୍ମୁଜ ପ୍ରଣାଳୀ ଠାରୁ ଆଗକୁ ଯାଇ ଇରାନ ଭିତରେ ବଡ଼ ଆକ୍ରମଣ ଉପରେ ବିଚାର କରୁଛନ୍ତି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଏବେ ନିଆଯାଇ ନାହିଁ, କିନ୍ତୁ ଆମେରିକାର ଇରାନକୁ ହୋର୍ମୁଜ ଷ୍ଟ୍ରେଟ୍ ଖୋଲିବା ଓ ଆମେରିକୀୟ ପରମାଣୁ ସର୍ତ୍ତ ଗୁଡ଼ିକୁ ସ୍ୱୀକାର କରିବା ପାଇଁ ମଜବୁତ କରିବା ଉଚିତ୍ ।
ଏଗୁଡ଼ିକ ହେଉଛି ସମ୍ଭାବ୍ୟ ଲକ୍ଷ୍ୟ:
- ଭିତ୍ତିଭୂମି: ଇରାନୀ ଶକ୍ତି କେନ୍ଦ୍ର ଉପରେ ବୋମା ମାଡ଼।
- ପରମାଣୁ ସ୍ଥାନ: ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ଆହୁରି ପୋତି ଦେବା ପାଇଁ ଏହାର ପରମାଣୁ ସ୍ଥାନ ଉପରେ ଆକ୍ରମଣ।
- ପିକାକ୍ସ ପର୍ବତ: ଏହି ସ୍ଥାନରେ ଏକ ସନ୍ଦିଗ୍ଧ ଭୂତଳ ପରମାଣୁ ସୁବିଧା ନିର୍ମାଣ କରାଯାଉଛି, ଯାହା ଆମେରିକାର ରାଡାରରେ ଅଛି।
୩- କେଉଁ କେଉଁ ସ୍ଥାନରେ ହେଉଛି ଆକ୍ରମଣ ?
ହର୍ମୁଜ୍ ପ୍ରଣାଳୀ ଓ ଇରାନର ଦକ୍ଷିଣ ଉପକୂଳରେ ଆମେରିକାର ଆକ୍ରମଣ ଲଗାତାର ସପ୍ତମ ଦିନରେ ପହଞ୍ଚିଛି। ଆମେରିକା ବନ୍ଦର ଆବାସ ନିକଟରେ ଅତି କମରେ ୭ଟି ସେତୁକୁ ଧ୍ୱଂସ କରି ଦେଇଛି। ବନ୍ଦର ଆବାସ ହେଉଛି ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପାଇଁ ଏକ ପ୍ରମୁଖ ଲଜିଷ୍ଟିକ୍ସ ହବ୍, ଯେଉଁଠାରୁ ହର୍ମୁଜକୁ ଗୋଳାବାରୁଦ ଏବଂ ଲଜିଷ୍ଟିକ୍ସ ସପ୍ଲାଇ କରାଯାଏ। ଏହା ବଦଳରେ ଇରାନ, ଜୋର୍ଡାନ, କାତାର, ବାହାରିନ, ଇରାକ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣକୁ ତୀବ୍ର କରିଛି। IRGC ମଧ୍ୟ ସିରିଆରେ ଏକ ଆମେରିକୀୟ ଘାଟି ଉପରେ ଆକ୍ରମଣ କରିଥିବା ଦାବି କରିଛି, ହେଲେ ସତ ଏହା ଯେ, ଆମେରିକୀୟ ସୈନ୍ୟମାନେ ଅନେକ ମାସେ ପୂର୍ବରୁ ସେହି ଘାଟିକୁ ଖାଲି କରି ସାରିଛନ୍ତି।
୪-ଇସ୍ରାଏଲରେ ଏହି ବିମାନଗୁଡ଼ିକ ଉପରେ କାହିଁକି ରାଜନୀତିକ ଉତ୍ତେଜନା ବୃଦ୍ଧି ପାଇଛି?
ଆମେରିକାର ଏହି ସାମରିକ ପ୍ରସ୍ତୁତି ଇସ୍ରାଏଲର ଘରୋଇ ରାଜନୀତିରେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯେବେ ଯୁଦ୍ଧ ଶୀର୍ଷ ସ୍ତରରେ ଥିଲା ,ଇସ୍ରାଏଲର ଏୟାରସ୍ପେସ୍ ବନ୍ଦ ହୋଇଯାଇ ଥିଲା। ସେତେବେଳେ ବେନ ଗୁରିଅନ ବିମାନବନ୍ଦରରେ ଏହି ଆମେରିକୀୟ ବିମାନଗୁଡ଼ିକର ଉପସ୍ଥିତିର କୌଣସି ସମସ୍ୟା ନଥିଲା। କିନ୍ତୁ ବର୍ତ୍ତମାନ, ଗ୍ରୀଷ୍ମ ଛୁଟି ଚାଲିଛି ଏବଂ ବ୍ୟବସାୟିକ ବିମାନ ଉଡ଼ାଣ ଆରମ୍ଭ ହେବା ସହିତ ଡର୍ଜନ ଡର୍ଜନ ବୃହତ୍ ସାମରିକ ବିମାନର ପାର୍କିଂ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ ହେବାର ବିପଦ ରହିଛି।
ଇସ୍ରାଏଲରେ କେବଳ ତିନି ମାସ ପରେ ନିର୍ବାଚନ ହେବ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହଯୋଗୀ ତଥା ପରିବହନ ମନ୍ତ୍ରୀ ମେରି ରେଗେଭ ଦାବି କରି କରିଛନ୍ତି ଯେ, ଏହି ବିମାନ ଗୁଡ଼ିକୁ ବେନ ଗୁରିଅନରୁ ହଟେଇ ଦିଆଯାଉ କିମ୍ୱା ଏଗୁଡ଼ିକର ସଂଖ୍ୟା ସୀମିକ କରାଯାଉ। କିନ୍ତୁ ଇସ୍ରାଏଲୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଇସ୍ରାଏଲୀୟ ସେନା ଏହାର ବିରୋଧ କରିଛି। ଏହି ବିମାନ ଗୁଡ଼ିକୁ ସ୍ଥାନ ଦେବାକୁ ୱାଶିଂଟନ ଇସ୍ରାଏଲକୁ ଅପିଲ କରିଛି ଏବଂ ଏବେ ଅନ୍ତିମ ନିଷ୍ପତ୍ତି ନେତନ୍ୟାହୁ ହିଁ ନେବେ।
ବର୍ତ୍ତମାନ ଇରାନ , ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିବାରୁ ନିବୃତ୍ତ ରହିଛି, ପ୍ରଧାନମନ୍ତ୍ରୀ ନେତନ୍ୟାହୁ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ, ଇସ୍ରାଏଲ ଉପରେ ଇରାନର ଯଦି କୌଣସି ଆକ୍ରମଣ କରେ ତ , ଏହାର ପରିଣାମ ପୂର୍ବାପେକ୍ଷା ଅଧିକ ଭୟଙ୍କର ହେବ।
ଆହୁରି ମଧ୍ୟ ପଢନ୍ତୁ - Ukraine's AI Drone: ଯୁଦ୍ଧକ୍ଷେତ୍ରରେ ୟୁକ୍ରେନର ମାଷ୍ଟରପ୍ଲାନ, ପ୍ରତି ସପ୍ତାହରେ ୭ ହଜାର ରୁଷୀୟ ସୈନ୍ୟଙ୍କୁ ଶେଷ କରୁଛି ‘AI ଡ୍ରୋନ୍’