ବ୍ୟୁରୋ୧୮/୦୭ ; ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ) ଟେକ୍ନୋଲୋଜିରେ ଉଲ୍ଲେଖଯୋଗ୍ୟ ଉପଲବ୍ଧି ହାସଲ କରିଛି ଚୀନ୍ । ବ୍ୟବସାୟିକ ରୂପେ ସ୍ୱୀକୃତ ବ୍ରେନ୍ ଚିପର ସଫଳ ପ୍ରତିରୋପଣ କରିଛି । ଦେଶର ନ୍ୟୁରୋଟେକ୍ନୋଲୋଜି କ୍ଷେତ୍ରରେ ଏହା ଏକ ବଡ଼ ଲମ୍ଫ । ଏଲନ ମସ୍କଙ୍କ ନ୍ୟୁରାଲିଙ୍କକୁ ଏହା ଟକ୍କର ଦେବ । ସାଂଘାଇ ନଗରପାଳିକାର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମିଶନ ଅନୁସାରେ, ଚୀନର ଡାକ୍ତରମାନେ ଜଣେ ରୋଗୀଙ୍କ ମସ୍ତିଷ୍କରେ ମୁଦ୍ରା ଆକୃତିର ଏକ ଚିପ୍ ପ୍ରତିରୋପଣ କରିଛନ୍ତି । ୧୦ ବର୍ଷ ପୂର୍ବେ ଏକ କାର୍ ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ଯୋଗୁ ତାଙ୍କ ହାତ ଅଚଳ ହୋଇଯାଇଥିଲା । ଗତ ସୋମବାର ହୁଆଶାନ ହସ୍ପିଟାଲରେ ଏହି ଯୁଗାନ୍ତକାରୀ ସର୍ଜରି ହୋଇଥିଲା । ଏହା ସ୍ଥିର, ଉଚ୍ଚ-ଗୁଣବତ୍ତାସମ୍ପନ୍ନ ଏପିଡ୍ୟୁରାଲ ମସ୍ତିଷ୍କ ସଙ୍କେତ ହାସଲ କରିଥିଲା ।
ଆହୁରି ପଢନ୍ତୁ;- Andy Burnham: ଆଣ୍ଡି ବର୍ନହାମଙ୍କ ହାତକୁ ଯିବ ବ୍ରିଟେନର କ୍ଷମତା, ଲେବର ପାର୍ଟିର ମୁଖ୍ୟ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ
ନ୍ୟୁରାକଲ ମେଡିକାଲ ଟେକ୍ନୋଲୋଜି ନାମକ ସ୍ଥାନୀୟ ଷ୍ଟାର୍ଟ-ଅପ୍ ଦ୍ୱାରା ବିକଶିତ ଏହି ନିଓ ଡିଭାଇସ୍ ହାତର ଗତିବିଧିରେ ସାହାଯ୍ୟ କରୁଛି । ରୋଗୀ ଧୀରେ ଧୀରେ ଠିକ୍ ହେବା ସହିତ ଗୁରୁତ୍ୱପୂର୍ଣ୍ଣ ସଙ୍କେତକୁ ଏହା ସ୍ଥିର ରଖୁଛି । ଏହା ରୋଗୀଙ୍କ ମସ୍ତିଷ୍କର ବାହ୍ୟ ପୃଷ୍ଠରେ ପ୍ରତିରୋପିତ ହୋଇଛି । ଟିସ୍ୟୁ ଭିତରକୁ ନ ଯାଇ ଏହା ସ୍ନାୟବିକ ସଙ୍କେତକୁ ପଢୁଛି ଓ ସେଗୁଡ଼ିକୁ ହାତର ଗତିବିଧିରେ ରୂପାନ୍ତରିତ କରୁଛି । ଗତ ମାର୍ଚ୍ଚ ୧୩ ତାରିଖରେ ଚୀନର ନ୍ୟାସନାଲ ମେଡିକାଲ ପ୍ରଡକ୍ଟସ ଆଡମିନିଷ୍ଟ୍ରେସନ୍ଠୁ ଅନୁମତି ପାଇବା ପରେ ଏହା ବିଶ୍ୱର ପ୍ରଥମ ବ୍ୟବସାୟିକ ରୂପେ ସ୍ୱୀକୃତ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ ହୋଇଛି ଏବଂ ବଜାରରେ ଉପଲବ୍ଧ ହେଉଛି । ମଞ୍ଜୁରି ମିଳିବା ପରେ ନିଓର ଉତ୍ପାଦନ ଦ୍ରୁତ ଆରମ୍ଭ ହୋଇଛି । ହସ୍ପିଟାଲଗୁଡ଼ିକ ସହିତ ଏହାର ପରିଚୟ କରାଇବା ସହିତ ରୋଗୀଙ୍କ ସ୍କ୍ରିନିଂ ଏବଂ ୪ ମାସ ମଧ୍ୟରେ ସ୍ଥାନୀୟ ବ୍ୟବସାୟିକ ସ୍ୱାସ୍ଥ୍ୟ ବୀମାରେ ଏହାକୁ ସାମିଲ କରାଯାଇଛି । ଏହି ମାଇଲଖୁଣ୍ଟ ବୈଶ୍ୱିକ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ ଟେକ୍ନୋଲୋଜିର ଅଗ୍ରଦୂତ ହେବା ଦିଗରେ ଚୀନ୍ର ଅଭିଳାଷକୁ ଦର୍ଶାଉଛି ।