ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଉତ୍ତର ପ୍ରଦେଶ ଉପନିର୍ବାଚନ, ୭ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି

Published By : Tapas Panda | October 24, 2024 12:52 PM

Image Courtesy: abplive

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ୭ଟି ବିଧାନସଭା‌ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । କରହଲ୍‌, କୁଣ୍ଡର୍କି, ଗାଜିଆବାଦ, ଫୁଲପୁର, ମାଝଓ୍ବାନ, କଟେହରି ଏବଂ ଖୈର ଆସନରେ ପ୍ରାର୍ଥୀ ଦେଇଛି ବିଜେପି । କରହଲରୁ ଅନୁଜେଶ ଯାଦବ, କୁନ୍ଦର୍କୀରୁ ରାମବୀର ସିଂ ଠାକୁର, ମାଝଓ୍ବାନରୁ ସୁସ୍ମିତା ମୌର୍ଯ୍ୟ, କଟେହରିରୁ ଧର୍ମରାଚ ନିଷାଦ, ଖୈରରୁ ସୁରେନ୍ଦ୍ର ଦିଲେର, ଫୁଲପୁରରୁ ଦୀପକ ପଟେଲ, ଗାଜିଆବାଦରୁ ସଂଜୀବ ବର୍ମାଙ୍କୁ ଟିକେଟ୍‌ ଦେଇଛି ଭାରତୀୟ ଜନତା ପାର୍ଟି । କିନ୍ତୁ କାନପୁର ଆସନରେ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଦେଇନାହିଁ ଦଳ । 

କଟେହରିରୁ ବିଜେପି ପ୍ରାର୍ଥୀ ହୋଇଥିବା ଧର୍ମରାଜ ନିଷାଦ ପୂର୍ବତନ ବିଏସପି ନେତା । ବିଏସପି ଟିକେଟରେ ସେ ୩ ଥର ବିଧାୟକ ହୋଇଥିବା ବେଳେ ଥରେ ମନ୍ତ୍ରୀ ହୋଇଥିଲେ । ୨୦୨୨ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ଧର୍ମରାଜ । ସେହିଭଳି ମାଝଓ୍ବାନରୁ ସୁସ୍ମିତା ମୌର୍ଯ୍ୟ ବିଜେପିର ପୂର୍ବତନ ବିଧାୟକଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ । ଅଲୀଗଡ଼ର ଖୈର ଆସନରୁ ପ୍ରାର୍ଥୀ ହୋଇଥିବା ସୁରେନ୍ଦ୍ର ଦିଲେର, ବିଜେପିର ପୂର୍ବତନ ସାଂସଦ ରାଜବୀର ଦିଲେରଙ୍କ ପୁଅ । ଫୁଲପୁର ଆସନରୁ ପ୍ରାର୍ଥୀ ହୋଇଥିବା ଦୀପକ ପଟେଲ ବିଜେପିର ପୂର୍ବତନ ସାଂସଦ କେଶରୀ ଦେବୀ ପଟେଲଙ୍କ ପୁଅ । 

୭ ଆସନରେ ପ୍ରାର୍ଥୀ ଘୋଷଣା ପରେ ଦଳର ମୁଖପାତ୍ର ମନୀଷ ଶୁକ୍ଳା କହିଛନ୍ତି, ଏନଡିଏରେ ଏକଜୁଟତା ଅଛି । କୌଣସି ବିବାଦ ନାହିଁ । ଅଖିଳେଶ ଯାଦବ ମହାରାଷ୍ଟ୍ରରେ କଂଗ୍ରେସ ଉପରେ ଚାପ ପକାଉଛନ୍ତି । ଚାପ ପକାଇବାର ରାଜନୀତି ଇଣ୍ଡି ମେଣ୍ଟରେ ହେଉଛି । ବିଜେପି ୭ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଏବଂ ବାକି ୨ଟିରେ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.