ନବୀନ ନିବାସରେ ବିଜେପିର ପ୍ରତିନିଧିତ୍ବ ଦଳ

ଭୁବନେଶ୍ବର ୩।୪: ସୋମବାର ପୂର୍ବାହ୍ନରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧିତ୍ବ ଦଳ ନୀବନ ନିବାସକୁ ଯାଇଛନ୍ତି। ଅନ୍ୟ ବିଜେପି ନେତାମାନଙ୍କ ସହ ଲେଖାଶ୍ରୀ ସାମନ୍ତସିଂହାର ଓ ସମୀର ମହାନ୍ତି ଉକ୍ତ ପ୍ରତିନିଧିତ୍ବ ଦଳରେ ଅଛନ୍ତି।

ସାରସକଣା ଆସନର ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁ ସରକାରୀ ଚାକିରିରୁ ଦେଇଥିବା ଇସ୍ତଫା ପତ୍ର ସରକାର ଗ୍ରହଣ କରନ୍ତୁ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛନ୍ତି।

ମୁର୍ମୁ ଜଣେ କାର୍ଯ୍ୟରତ ସରକାରୀ ଡାକ୍ତର। ଗତ ଅକ୍ଟୋବର ମାସରୁ ସେ ଇସ୍ତଫା ଦେଇଥିଲେ ସୁଦ୍ଧା ତାହା ଗୃହୀତ ହେଉ ନାହିଁ।