ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ରାଗିଂକୁ  ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧିଦଳ

ଛତ୍ରପୁର, ୨୪।୧୧  ଜ଼ିଲ୍ଲାର ବିଭିନ୍ନ କଲେଜରେ ଚାଲିଥିବା ରାଗିଂକୁ ନେଇ ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ବିଜେପି ପ୍ରତିନିଧିଦଳ ଭେଟିଛନ୍ତି। ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୢତ୍ୱରେ ତଥ୍ୟ ଅନୁଧ୍ୟାନକାରୀ କମିଟି ସଦସ୍ୟ ମାନେ  ଛତ୍ରପୁର ଠାରେ ଅତିରିକ୍ତ ଜିଲ୍ଲାପାଳ (ରେଭିନ୍ୟୁ) ପ୍ରିୟ ରଞ୍ଜନ ପୢଷ୍ଟିଙ୍କୁ  ଭେଟିଥିଲେ।  ଜିଲ୍ଲାରେ ମହାବିଦ୍ୟାଳୟ ମାନଙ୍କରୁ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ଆଲୋଚନା କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମହାବିଦ୍ୟାଳୟ ଗୁଡ଼ିକରେ ଚାଲିଥିବା ରାଗିଂ ଉପରେ ଦୢଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ପ୍ରତିଶ୍ରୁତି ଦେଇଥିଲେ ।

ଏହି ପ୍ରତିନିଧିଦଳ  ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ କୁ ଯାଇ ଅଧକ୍ଷ କେ କେ ବେହେରା ଙ୍କ ସହ ରାଗିଂ ସମ୍ପର୍କ ରେ ଆଲୋଚନା କରିଥିଲେ l  ଏହି ଆଲୋଚନାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ଜିଲ୍ଲା ମହିଳାମୋର୍ଚ୍ଚା ନେତ୍ରୀ ରତ୍ନଗର୍ଭା ସରସ୍ୱତୀ ଦେବୀ,ଜିଲ୍ଲା ଯୁବ ନେତା ଶିବ ଶଙ୍କର ନାୟକ, କର୍ପୋରେଟର ବନିତା ସାହୁ,ମାତା ପ୍ରସାଦ ନାୟକ,ସୁରେଶ ରେଡ଼ୀ,ବର୍ଷା ବିଦ୍ୟୁସ୍ମିତା,ଅନୁଜାନନ୍ଦ ବିଶ୍ୱାଳ, ସୋମନାଥ ପାତ୍ର,ଟୁଟୁନ୍ ପାତ୍ର, ଜଗଦୀଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.