ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ୮୧ରୁ ୬୮ ଆସନରେ ପ୍ରାର୍ଥୀ ଦେବ ବିଜେପି

Published By : Tapas Panda | October 18, 2024 4:43 PM

Image Courtesy: abplive

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଏନଡିଏରେ ଆସନ ବୁଝାମଣା ଶେଷ ହୋଇଛି । ଶୁକ୍ରବାର ରାଞ୍ଚିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ଏବଂ ଆଜସୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଘୋଷଣା କରିଛନ୍ତି । ଝାଡ଼ଖଣ୍ଡରେ ବିଜେପି (୬୮), ଆଜସୁ (୧୦), ଜେଡିୟୁ (୨) ଏବଂ ଏଲଜେପି(ରାମବିଳାସ) ଗୋଟିଏ ଆସନରେ ନିର୍ବାଚନ ଲଢ଼ିବା ନେଇ ସ୍ଥିର ହୋଇଛି ।  ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ସହଯୋଗୀ ଦଳଗୁଡ଼ିକ ସହ ଆସନ ବୁଝାମଣା କରିଛି । 

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ନିର୍ବାଚନ ପ୍ରଭାରୀ ଶିବରାଜ ସିଂ ଚୌହାନ ଏବଂ ସହପ୍ରଭାରୀ ହିମନ୍ତ ବିଶ୍ବ ଶର୍ମା ଉପସ୍ଥିତ ଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିବରାଜ ସିଂ ଚୌହାନ କହିଛନ୍ତି, ରାଜ୍ୟରେ ବିଜେପି, ଆଜସୁ, ଜେଡିୟୁ ଏବଂ ଏଲଜେପି ସହ ମିଶି ନିର୍ବାଚନ ଲଢ଼ିବ । ନିର୍ବାଚନୀ ପ୍ରଚାର ମଧ୍ୟ ମିଳିମିଶି କରିବୁ । ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ଝାଡ଼ଖଣ୍ଡ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡି, ଆଜସୁ ମୁଖ୍ୟ ସୁଦେଶ ମହତୋ ପ୍ରମୁଖ ଉପସ୍ଥିତ ଥିଲେ । 

ନିର୍ବାଚନ ଆୟୋଗଙ୍କ ଘୋଷଣାଅନୁସାରେ, ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ନଭେମ୍ବର ୧୩ରେ ପ୍ରଥମ ଏବଂ ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହା ସହ ନଭେମ୍ବର ୨୩ରେ ଭୋଟ ଗଣତି ହେବା ସହ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ସୂଚନାଯୋଗ୍ୟ, ଝାଡ଼ଣ୍ଡରେ ୮୧ଟି ବିଧାନସଭା ଆସନ ରହିଛି । ସେଥିମଧ୍ୟରୁ ୪୪ଟି ଆସନ ଅଣସଂରକ୍ଷିତ ହୋଇଥିବା ବେଳେ ୨୮ଟି ଆସନ ଏସ୍‌ଟି ଏବଂ ୯ଟି ଆସନ ଏସ୍‌ସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ । ତେବେ ନିର୍ବାଚନ ଆୟୋଗଙ୍କ ଅନୁସାରେ, ଝାଡ଼ଖଣ୍ଡରେ  ୨.୬ କୋଟି ମତଦାତା ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.