PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅଭିଯୋଗରେ ତହସିଲଦାରଙ୍କୁ ଘେରାଉ, ଅଫିସରେ ଧସେଇ ପଶିଲେ ବିଜେପି କର୍ମୀ

ରଙ୍ଗେଈଲୁଣ୍ଡା  ,୨୪।୧୧  କନିସି ତହସିଲ ଅନ୍ତର୍ଗତ କନିସି ହାଟ ତୁଳୁ ରୋଡ଼ ରେ ସରକାରୀ ଜମି ଜବରଦଖଲ କରି ଗୃହ ନିର୍ମାଣ କରି ଦୀର୍ଘବର୍ଷ ଧରି ସ୍ଥାନୀୟ ଲୋକେ ଦୋକାନ ବଜାର କରି ରହୁଛନ୍ତି। ଏହା ନେଇ ଗତ ୨୩ତାରିଖ ରେ କନିସି ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ଗୃହ ନିର୍ମାଣ କରିଥିବା ଲୋକଙ୍କୁ ନୋଟିସ ଜାରି କରାଯାଇଥିଲା।

ଗୁରୁବାର ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଙ୍କୁ ଅଞ୍ଚଳରେ ବାଲି,ମୋରମ ମାଫିଆ ମାନଙ୍କ ରାଜ, ତହସିଲ ଅଧିନରେ ଥିବା ଜମିପଟ୍ଟା ବଣ୍ଟନ ଅହେତୁକ ବିଳମ୍ବ, ବ୍ୟାପକ ଲାଞ୍ଚ କାରବାର , ନିରୀହ ଟ୍ରାକ୍ଟର ଚାଳକ ମାନଙ୍କୁ ତହସିଲଦାର ମାଡ଼ ମାରିବା।ନେଇ କଥାବାର୍ତ୍ତା ହୋଇ ଥିଲେ । ତହସିଲଦାର ବ୍ୟବହାର ଖରାପ କରି କଥାବାର୍ତ୍ତା ହୋଇଥିଲେ। ଏହାର ପ୍ରତିବାଦ ନେଇ ବିଜେପି ପକ୍ଷରୁ ବିଭୂତିଭୂଷଣ ଜେନା ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ତହସିଲଦାର ଙ୍କ ଗାଡ଼ିକୁ ଅଟକାଇ ନାରାବାଜି ଦେଇଥିଲେ। ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ରାଜେଶ ସାହୁ, ଓବିସି ଜିଲ୍ଲା ବିଜେପି ସମ୍ପାଦକ ସୁନିଲ କୁମାର ପାତ୍ର ଶୁଭାଶିଷ ସାହୁ, ରଜତ ପଣ୍ଡିତ, ଗଙ୍ଗାଧର ଶତପଥୀ, ସନତ ନାୟକ, ଜଗମୋହନ ପାତ୍ର ଙ୍କ ସହ ଶତାଧିକ କର୍ମୀ ତହସିଲଦାରଙ୍କ ଗାଡ଼ିକୁ ଅଟକାଇ ହୋ ହାଲ୍ଲା କରି ତହସିଲ କାର୍ଯ୍ୟାଳୟରେ ଧସେଇ ପଶିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା। ଦୀର୍ଘ ୫ଘଣ୍ଟା ଧାରଣା ପରେ ଆପୋଷ ବୁଝାମଣା ହୋଇ ପାରି ନ ଥିଲା।

ପରିଶେଷରେ ତହସିଲଦାର, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଙ୍କୁ ଭିତରେ ରଖି ବିଜେପି କର୍ମୀ ମୁଖ୍ୟ ଫାଟକ ପରେ ଗେଟ୍ ବନ୍ଦ କରି ତାଲା ପକାଇ ଥିଲେ। ଏହି ଘଟଣାକୁ ନେଇ ତହସିଲଦାର ଙ୍କୁ ପଚାରିବାରୁ କୌଣସି ଉତ୍ତର ମିଳି ନ ଥିଲା।ଏହା ନେଇ ଥାନାରେ ଧମକ, ତାଲା ପକାଇ ଅଟକ ରଖିବା ନେଇ ଏକ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।