ବିଜେପିର ମାଷ୍ଟରଷ୍ଟେ୍ରାକ,ମୋଦିଙ୍କ ଶପଥ ଗ୍ରହଣରେ ଯୋଗେ ଦେବେ ପଶ୍ଚିମବଙ୍ଗ ହିଂସାରେ ମୃତ କର୍ମୀଙ୍କ ପରିବାର

ନୂଆଦିଲ୍ଲୀ,୨୯।୫: ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଭାରତୀୟ ଜନତା ପାର୍ଟି ମାଷ୍ଟରଷ୍ଟେ୍ରାକ୍ ଖେଳିଛି। ବିଜେପି ପଶ୍ଚିମବଙ୍ଗରେ ରାଜନୈତିକ ହିଂସାରେ ନିହତ ହୋଇଥିବା କର୍ମୀଙ୍କ ପରିବାର ଲୋକଙ୍କୁ ଶପଥଗ୍ରହଣ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛି। ବିଜେପିର ଏହି ପଦକ୍ଷେପ ନେଇ ପଶ୍ଚିମବଙ୍ଗରେ ନିଜର ସ୍ଥିତି ମଜବୁତ କରିବାକୁ ଚାହୁଁଛି ଏବଂ ଏହା ଦଳର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
୩୦ ମଇରେ ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛି। ଏହି ସମାରୋହରେ ବିସ୍ମଟେକ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ସହିତ ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷ,ରାଜନୈତିକ ହସ୍ତୀ, ଦେଶର ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କୁ ଡକାଯିବ। ପ୍ରୋଟୋକଲ ଅନୁସାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସାଂସଦ ମଦ୍ୟ ଡକାଯିବେ। ସେଭଳି ବଡ ବଡ ଉଦ୍ୟୋଗପତି, ଫିଲ୍ମଷ୍ଟାର, ଖେଳାଳିଙ୍କୁ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।
୫୪ ଜଣ ନେତା ଶପଥ ଗ୍ରହଣ ଦିବସରେ କର୍ମୀଙ୍କ ପରିବାର ଲୋକଙ୍କୁ ଶପଥ ଗ୍ରହଣରେ ସାମିଲ କରାଯିବାର ନିମନ୍ତ୍ରଣ କରାଯାଇଛି। ବିଜେପି ଏହି ସମସ୍ତ କର୍ମୀଙ୍କ ପରିବାର ଲୋକଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରିଛି। ଯେଉଁ କର୍ମୀଙ୍କୁ ହତ୍ୟା କରାଯାଇଛି, ସେମାନଙ୍କ ପରିବାର ଲୋକଙ୍କୁ ଦିଲ୍ଲୀରେ ରହିବାର ସମସ୍ତ ବ୍ୟବସ୍ଥା ଦଳ ପକ୍ଷରୁ କରାଯିବ। ନିମନ୍ତ୍ରଣ ସୂଚି ଉପରେ ଯଦି ନଜର ପକାଯିବ ତେବେ ୧୬ ଜୁନ ୨୦୧୩ରୁ ୨୬ ମଇ ୨୦୧୯ ପର୍ଯ୍ୟନ୍ତ ଯେତେ କର୍ମୀ ରାଜନୈତିକ ହିଂସାର ଶିକାର ହୋଇଛନ୍ତି ତାଙ୍କର ପରିବାର ଲୋକଙ୍କୁ ନିମନ୍ତ୍ରଣ କରାଯିବ।