ନୂଆଦିଲ୍ଲୀ,୨୫।୧: ଦିଲ୍ଲୀରେ ନିର୍ବାଚନୀ ଦଙ୍ଗଲରେ ଯମୁନା ସଫେଇ ପ୍ରସଙ୍ଗ ଏବେ ଜୋର ଧରିଛି। ପ୍ରତିଶୃତି ପୂରଣ ନକରିବା ନେଇ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କରାଯାଉଛି ଟାର୍ଗେଟ। ଏହା ଭିତରେ ବିଜେପି କେଜ୍ରିଓ୍ବାଲଙ୍କୁ କରିଛି ବିରୋଧ। ଶନିବାର ଖୁବ୍ ନିଆରା ଢଙ୍ଗରେ ପୂର୍ବତନ ସିଏମ୍ଙ୍କୁ ଟାର୍ଗେଟ କରିଛି ବିଜେପି। ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା ପ୍ରଭେଶ ବର୍ମା କେଜ୍ରିଓ୍ବାଲଙ୍କ ଲାଇଫ୍-ସାଇଜ୍ କଟ୍-ଆଉଟ୍ ନେଇ ଯମୁନା ନଦୀରେ ଡଙ୍ଗାରେ ଚଢିଥିଲେ। ଏହି ସମୟରେ ତାଙ୍କ ସହ ବିଜେପିର ବହୁ ନେତା ମଧ୍ୟ ଥିଲେ।
#WATCH | BJP candidate from the New Delhi assembly constituency, Parvesh Verma reaches Yamuna Ghat; takes a jibe at AAP National Convenor Arvind Kejriwal over the issue of cleaning Yamuna River. pic.twitter.com/uAVHPwOpDx
— ANI (@ANI) January 25, 2025
କଟ୍ ଆଉଟ୍ରେ କେଜ୍ରିଓ୍ବାଲ କାନ ଧରିଥିବାର ଦେଖିପାରିବେ। ଏଥିରେ ଲେଖା ହୋଇଛି ‘ମୁଁ ଫେଲ୍ ହୋଇଗଲି, ମୋତେ ଭୋଟ ଦିଅନ୍ତୁ ନାହିଁ,୨୦୨୫ ପର୍ଯ୍ୟନ୍ତ ମୁଁ ଯମୁନା ନଦୀ ସଫା କରିପାରିଲିନି।’ ବିଜେପି ନେତା ଗଣମାଧ୍ୟମ ଆଗରେ ବହୁବାର କଟ ଆଉଟ୍କୁ ନଦୀରେ ବୁଡାଇଥିଲେ। ପ୍ରବେଶ ବର୍ମା ଏନଏନ୍ଆଇକୁ ସାକ୍ଷାତକାର ଦେଇ କହିଛନ୍ତି, ଆମେ ଯମୁନା ମା’ଙ୍କ ସବୁ ପାଣି ସଫା କରିପାରିବୁ। ଏହାକୁ ସଫା କରିବା କୌଣସି ରକେଟ୍ ସାଇନ୍ସ ନୁହେଁ। ମେସିନ୍ରେ ସବୁ ମଇଳାକୁ ହଟାଯିବା ଦରକାର। ସ୍ବରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି ହେବା ଦରକାର। ଯେଉଁଭଳି ଆମର ପ୍ରଧାନମନ୍ତ୍ରୀ ମୋଦି ସାବରମତି ରିଭରପ୍ରଣ୍ଟ ତିଆରି କରିଛନ୍ତି, ସେଭଳି ଯମୁନା ରିଭରଫ୍ରଣ୍ଟ ମଧ୍ୟ ତିଆରି କରିହେବ। ୧୧ ବର୍ଷ ବହୁତ ଲମ୍ବା ସମୟ ହୋଇଥାଏ।’
ଯମୁନା ନଦୀର ପ୍ରଦୂଷଣ, ଦିଲ୍ଲୀବାସୀଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ। ଏହା ନିର୍ବାଚନ ପ୍ରଚାର ବେଳେ ରାଜନୈତିକ ଦଳର ଶାସକ ଦଳ ଉପରେ ଆକ୍ରମଣ କରିବାର ଅସ୍ତ୍ର ପାଲଟିଛି। ବହୁ ବର୍ଷ ହେବ ନଦୀ ପ୍ରଦୂଷିତ ହେବା ଓ ଶାସକ ଦଳ ଆପ୍ ଦ୍ବାରା ନିଜର ପ୍ରତିଶୃତି ଅନୁସାରେ, ୨୦୨୫ ପର୍ଯ୍ୟନ୍ତ ଏହାକୁ ସଫା କରିବାରେ ବିଫଳ ହେବା କାରଣରୁ, ବିରୋଧି ଦଳ ପ୍ରଦୂଷିତ ପାଣି କାରଣରୁ ହେବାକୁ ଥିବ ସ୍ବାସ୍ଥ୍ୟ ସମସ୍ୟାକୁ ଦେଖାଇଛି। ଏହା ସହ କ୍ଷମତାରେ ଆସିବା ପରେ ନଦୀକୁ ସଫା କରିବାକୁ ଭୋଟରଙ୍କୁ ପ୍ରତିଶୃତି ଦେଉଛି।