କ୍ୱେଟା : ବଲୋଚ ଲିବରେସନ ଆର୍ମି( ବିଏଲଏ) ୧୭ ଜଣ ପାକିସ୍ତାନୀ ସୈନିକଙ୍କୁ ହେପାଜତକୁ ନେବାର ଦାବି କରିଛି। ବିଏଲଏର କହିବାନୁସାରେ ସେ ୧୦ ଜଣ ସୈନିକଙ୍କୁ ଛାଡ଼ି ଦେଇଛି। ଏହାସହ ପାକିସ୍ତାନ ସରକାରକୁ ଚେତାବନୀ ଦେଇଛି ଯେ, ଅନ୍ୟ ସାତ ଜଣଙ୍କୁ ସେତେବେଳେ ଛାଡ଼ିବ ,ଯେବେ ସେ କଏଦ କରିଥିବା ବଲୋଚ ଲୋକଙ୍କୁ ଛାଡ଼ିବେ। ଏଥିପାଇଁ ପାକିସ୍ତାନକୁ ଏକ ସପ୍ତାହର ସମୟ ଦିଆଯାଇଛି। ବିଏଲଏର ମିଡ଼ିଆ ୱିଙ୍ଗ୍ , ହକ୍କାଲର ମୁଖପାତ୍ର ଜିୟଣ୍ଡ ବଲୋଚ ଏହି ପଦକ୍ଷେପକୁ ଅପରେସନ ହିରୋଫର ଦ୍ୱିତୀୟ ଭାଗ ଭାବେ କହିଛି।

ବିବୃତ୍ତି ମୁତାବିକ , ଯେଉଁ ୧୦ ଜଣ ସୈନିକଙ୍କୁ ଛଡ଼ା ଯାଇଛି ସେ ଏଥନିକ୍ ବଲୋଚ ଲୋକ, ଯିଏ ସ୍ଥାନୀୟ ପୁଲିସ ସଂଗଠନ ସହ ଜଡ଼ିତ। ତାଙ୍କୁ ଚେତାବନୀ ଦେଇ ଛାଡ଼ି ଦିଆ ଯାଇଛି। ଗ୍ରୁପ୍ ପକ୍ଷରୁ ଆହୁରି କୁହାଯାଇଛି ଯେ, ଅନ୍ୟ ସୈନିକମାନେ ପାକିସ୍ତାନ ସେନା ସହ ଜଡ଼ିତ। ବଲୋଚ ନ୍ୟାସନାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଏଠାରେ ହେପାଜତକୁ ନିଆଯାଇ ଥିବା ସୈନିକଙ୍କ ଉପରେ ଅଭିଯୋଗ ଲଗାଯାଇଛି ଯେ, ସେ ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରନ୍ତି। ଏହା ବ୍ୟତୀତ ତାଙ୍କ ଉପରେ ବଲୋଚ ଲୋକଙ୍କ ନରସଂହାରର ମଧ୍ୟ ଅଭିଯୋଗ ରହିଛ।ଶୁଣାଣି ବେଳେ ହେପାଜତରେ ନିଆଯାଇ ଥିବା ପାକିସ୍ତାନୀ ସୈନିକଙ୍କୁ ମଧ୍ୟ ନିଜ ପକ୍ଷର ରଖିବାକୁ ଅନୁମତି ଦିଆଯାଇ ଥିଲା। ଏହି ସମୟରେ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ପ୍ରମାଣ ମଧ୍ୟ ରଖାଯାଇଛି ଏବଂ ବୟାନ ମଧ୍ୟ ରୁଜୁ କରାଯାଇଛି।

ଉଲ୍ଲେଖନୀୟ ଯେ, ବଲୋଚିସ୍ତାନରେ କିଛି ଲୋକ ଗାଏବ ହେବାର ମାମଲା ଜୋର ଧରିଛି। କୁହାଯାଉଛି ଯେ, ଏହି ମାମଲାରେ ପାକିସ୍ତାନୀ ସୁରକ୍ଷା ଏଜେନ୍ସି ଗୁଡ଼ିକର ଭୂମିକା ରହିଛି। ବାସ୍ତବରେ ଏକ ଚଢଉ ବେଳେ ଏହି ସବୁକୁ ଉଠାଇ ନିଆଯାଇ ଥିଲା। ଏହାପରେ ଏମାନଙ୍କ ବିଷୟରେ କୌଣସି ସୂଚନା ନାହିଁ। ଗାଏବ ହୋଇଥିବା ଲୋକଙ୍କ ସଂପର୍କୀୟ ଆହୁରି ଚିନ୍ତିତ ଅଛନ୍ତି। ଏହି ଲୋକେ ତାଙ୍କ ସଂପର୍କୀୟଙ୍କ ଫଟୋ ସହ ବିରୋଧ ପ୍ରଦର୍ଶନ ମଧ୍ୟ କରୁଛନ୍ତି। କିନ୍ତୁ ଏବେ ସୁଦ୍ଧା ତାଙ୍କୁ କୌଣସି ଦୃଢ ସୂଚନା ମିଳି ନାହିଁ। ଏହି ମାମଲା ପଞ୍ଜଗୁର ଓ କରାଚୀର ଥିବା କୁହାଯାଉଛି।