କଟକ,୦୪/୦୩: ଦେଶରେ  କାରବାର ହେଉଥିବା କଳାଧନ ଠାବ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ  କମିଟି (ଏସ୍‌ଆଇଟି)ର ବୈଠକ ଆସନ୍ତା ୮ ତାରିଖରେ କଟକରେ  ଅନୁଷ୍ଠିତ ହେବ । ସୁପ୍ରିମ୍‌କୋର୍ଟର  ଅବସରପ୍ରାପ୍ତ ବିଚାରପତି ତଥା  ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ  ତେଲେଙ୍ଗା ବଜାରସ୍ଥିତ ତାଙ୍କ  ଆବାସିକ କାର୍ଯ୍ୟାଳୟରେ ଦଶମ  ବୈଠକ ବସିବ ।  

ଦେଶରେ ବର୍ତ୍ତମାନ ଅନଲାଇନ୍‌  ଜୁଆ, ଟ୍ରେଡିଂ କ୍ଷେତ୍ରରେ କଳାଧନ  କାରବାର ହେଉଥିବା ବେଳେ  ଏହା ଏହା ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା  ରହିଛି । ଏହି ବୈଠକରେ ଇଡି,  ସିବିଡିଟି, ଆୟକର ବିଭାଗ,  ଏନସିବି, ଭିଜିଲାନ୍‌ସ, କ୍ରାଇମବ୍ରାଞ୍ଚ ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ  ସରକାରଙ୍କ ବହୁ ତଦନ୍ତକାରୀ  ସଂସ୍ଥା ସାମିଲ ହେବେ ବୋଲି  ଜଣାପଡିଛି ।